ବିଜେପୁର NAC ଅଫିସରେ ତାଣ୍ଡବ – ବିଲ୍ ପାଇଁ ଚାପ, ଇଞ୍ଜିନିୟରଙ୍କୁ ହତ୍ୟା ଧମକ - Talpadar TV

Breaking

Home Top Ad

Post Top Ad

Monday, September 1, 2025

ବିଜେପୁର NAC ଅଫିସରେ ତାଣ୍ଡବ – ବିଲ୍ ପାଇଁ ଚାପ, ଇଞ୍ଜିନିୟରଙ୍କୁ ହତ୍ୟା ଧମକ

 



ବିଜେପୁର,  (୩୧ ଅଗଷ୍ଟ ୨୦୨୫):

ବିଜେପୁର NAC କାର୍ଯ୍ୟାଳୟରେ ଗତକାଲି ଏକ ଅପ୍ରିୟ ଘଟଣା ଘଟିଯାଇଛି। ବିଜେପୁର ଭୋଇପଡା ଅଞ୍ଚଳର ନିବାସୀ ମନୋଜ ଭୁଏ, ବିକାଶ କାର୍ଯ୍ୟ ସମ୍ପର୍କିତ ବିଲ୍ ପାଇଁ ଚାପ ସୃଷ୍ଟି କରିଥିବା ଅଭିଯୋଗରେ ବିଜେପୁର ଥାନାରେ FIR ଦାଖଲ ହୋଇଛି। ସକାଳୁ 2ଟା ବେଳେ ମନୋଜ ଭୁଏ NAC କାର୍ଯ୍ୟାଳୟକୁ ପହଞ୍ଚି, ସେଠାରେ ଚାଲୁଥିବା ରଙ୍ଗର କାମ ସମ୍ପର୍କରେ ବିଲ୍ ମାଗିଥିଲେ । ଏପରିକି ତୁରନ୍ତ ବିଲ୍ କରିବାକୁ ଚାପ ସୃଷ୍ଟି କରିଥିଲେ ବୋଲି ଇଞ୍ଜିନିଅର ଜଣକ କହିଛନ୍ତି I କିନ୍ତୁ ସେହି କାମ ଅଧାରେ ରହିଥିବାରୁ NACର ଅସିଷ୍ଟାଣ୍ଟ ଇଞ୍ଜିନିୟର ଅଜୟ କୁମାର ପାତ୍ର ବିଲ୍ ପ୍ରସ୍ତୁତ କରିବା ପାଇଁ ମନା କରିଥିଲେ।  ଏହାକୁ ନେଇ ତୀବ୍ର ବିବାଦ ସୃଷ୍ଟି ହୋଇଥିଲା। ଅଭିଯୋଗ ଅନୁସାରେ, ମନୋଜ ଭୁଏ ଅଜୟ କୁମାର ପାତ୍ରଙ୍କୁ ଅପମାନଜନକ ଭାଷାରେ ଗାଳି ଗୁଲଜ କରିବା  ସହିତ, ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ।  ଏହି ଘଟଣା ପରେ, ଅସିଷ୍ଟାଣ୍ଟ ଇଞ୍ଜିନିୟର ସଂଗେସଂଗେ ବିଜେପୁର ଥାନାକୁ ଯାଇ, ଲିଖିତ ଅଭିଯୋଗ ଦାଖଲ କରିଥିଲେ। ପୋଲିସ, ମନୋଜ ଭୁଏ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ( BNS )ର ଧାରା 296, 132 ଓ 351(2) ଅନୁସାରେ ମାମଲା ନମ୍ବର 188 ରେଜିଷ୍ଟର କରିଛି।


No comments:

Post a Comment

Post Bottom Ad

Pages