ବରଗଡ଼ରେ ୟୁରିଆ ସାର ସଙ୍କଟ ll ଚିନ୍ତାରେ ଚାଷୀ - Talpadar TV

Breaking

Home Top Ad

Post Top Ad

Friday, September 5, 2025

ବରଗଡ଼ରେ ୟୁରିଆ ସାର ସଙ୍କଟ ll ଚିନ୍ତାରେ ଚାଷୀ



ବରଗଡ଼ ଜିଲ୍ଲାରେ ରାସାୟନିକ ସାରର ଅଭାବ ପୁଣିଥରେ ଚାଷୀଙ୍କ ପାଇଁ ବଡ଼ ସମସ୍ୟା ହୋଇଥିବାବେଳେ, କଳାବଜାରୀ ଓ ଷ୍ଟକିଂ ନେଇ ଗଭୀର ଚାଷୀ ଅସନ୍ତୋଷ ଦେଖାଦେଇଛି।

DAP ଆସିଲା, କିନ୍ତୁ ୟୁରିୟାରେ ଅଭାବ

ଜିଲ୍ଲାରେ ଦାନାଦାର DAP 17 ହଜାର ମେଟ୍ରିକ୍ ଟନ୍ ଆବଶ୍ୟକ ଥିବାବେଳେ 17,500 ମେଟ୍ରିକ୍ ଟନ୍ ଆସିଛି। କିନ୍ତୁ ୟୁରିୟା 33 ହଜାର ମେଟ୍ରିକ୍ ଟନ୍ ଆବଶ୍ୟକ ଥିବା ସମୟରେ ମାତ୍ର 32 ହଜାର ମେଟ୍ରିକ୍ ଟନ୍ ଆସିଛି। ଏହାର ଅର୍ଥ, ଚାଷୀମାନଙ୍କୁ ଆହୁରୀ 8–9 ହଜାର ମେଟ୍ରିକ୍ ଟନ୍ ୟୁରିୟା ଦରକାର।

ପ୍ରଶ୍ନ: ଏତେ ସାର ଗଲା କୁଆଡେ?

ଚାଷୀ ସଂଗଠନମାନଙ୍କ କହିବା ଅନୁସାରେ -

୧.ବହୁତ ସାର ଛତିଶଗଡ଼କୁ ଯାଇଛି

୨.ସୋସାଇଟିମାନଙ୍କୁ ଯଥେଷ୍ଟ ସାର ଦିଆଯାଇନାହିଁ

୩. ହୋଲସେଲରମାନେ ଷ୍ଟକ୍ କରିରଖିଛନ୍ତି

ଗ୍ରାମ୍ୟ ଅଞ୍ଚଳରେ ପ୍ରତିକ୍ରିୟା

ଗାଇସିଲଟ ବ୍ଲକ୍ର କଟାବାହାଲ ସୋସାଇଟିରେ ସାର ଅଭାବ ନେଇ ଚାଷୀମାନେ ତାଲା ଲଗାଇଥିବା ପରେ ସାର ବଣ୍ଟନ ହୋଇଛି। ଭଟଲିରେ ସାର ସଙ୍କଟକୁ ନେଇ ଚାଷୀ ସଂଗଠନ ଆନ୍ଦୋଳନ କରିଥିବାରୁ,  300–400 ପକେଟ୍ ସାର ବଣ୍ଟନ କରାଯାଇଛି।

ଚାଷୀଙ୍କ ଚିନ୍ତା

ସାର ଅଭାବ ଫଳରେ ବରଗଡ ରେ ଚିନ୍ତା ରେ ଚାଷୀ l ଏହା ଫଳରେ

୧.ଧାନ ଓ ଅନ୍ୟାନ୍ୟ ଫସଲ ପ୍ରଭାବିତ ହୋଇପାରେ

୨.କଳାବଜାରୀ ଯୋଗୁଁ ଦାମ ବଢିପାରେ

୩.ସମୟରେ ସାର ନ ମିଳିଲେ, ଚାଷୀଙ୍କ କ୍ଷତି ହେବା ଆଶଙ୍କା ରହିଛି

ବରଗଡ଼ରେ ସାର ସଙ୍କଟ ଚାଷୀଙ୍କ ଧାନ୍ ଉତ୍ପାଦନକୁ ଗୁରୁତର ଭାବେ ପ୍ରଭାବିତ କରିପାରେ। ସରକାରୀ ସ୍ତରରେ ବଣ୍ଟନ ବ୍ୟବସ୍ଥାର ଉନ୍ନତି ଓ କଳାବଜାରୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଗଲେ ଏହି ସମସ୍ୟାର ସମାଧାନ ସମ୍ଭବ।






No comments:

Post a Comment

Post Bottom Ad

Pages