ପ୍ରତ୍ୟେକ ଅଞ୍ଚଳର ନିଜସ୍ଵ ପରମ୍ପରା ଓ ପରିଚୟ ଥାଏ। ପୁରୀର ରଥଯାତ୍ରା, କଟକର ବାଳିଯାତ୍ରା, ସମ୍ବଲପୁରର ଶୀତଳଷଷ୍ଠୀ, ବରଗଡ଼ର ଧନୁଯାତ୍ରା – ପରି ବିଜେପୁରର ଅନନ୍ତ ବ୍ରତ ମହୋତ୍ସବ, ଗାଁ ଛାଡ଼ି ସହରକୁ ଆଜି ଏକ ବିଶାଳ ପରିଚୟ ଦେଇଛି।
ମହୋତ୍ସବର ରଙ୍ଗରେ ବିଜେପୁର ସହର
ଭଦ୍ରବ ମାସ ଆସିଲେ ବିଜେପୁର ସହର ନୂଆ ରୂପ ଧାରଣ କରେ । ଗୋଟିଏ -ଦୁଇଟି ନୁହେଁ, ଆଠଟି ପଡ଼ାରେ ପୂଜା ପଣ୍ଡାଲ୍ ସଜାହୁଏ । ପ୍ରତ୍ୟେକ ଛକରେ ବିଭିନ୍ନ ସାଜସଜ୍ଜା, ଆଲୋକ ମାଳାରେ ସହରର ଗଳିକନ୍ଦି ରଙ୍ଗୀନ ହୋଇଯାଏ । ପାଖ ଆଖ ଗାଁ ମାନଙ୍କ ରେ ପ୍ରତ୍ୟକ ଘରେ କୁଣିଆଁ ସହ ବିଜେପୁର ଗୋଟେ ନୁଆଁ ରୂପ ଧାରଣ କରେ I
ଇତିହାସ
ବିଂଶ ଶତାବ୍ଦୀର ରେ କିଛି ଯୁବକ ବିଜେପୁରରୁ ଆସି ବରପାଳିରେ ହୋଇଥିବା ଅନନ୍ତ ବ୍ରତ ପୂଜାକୁ ଦେଖିଥିଲେ। ସେଠାରୁ ପ୍ରେରଣା ନେଇ ୧୯୭୦-୮୦ ଦଶକରେ ସେମାନେ ବିଜେପୁର ମଧ୍ୟପଡାରେ ପ୍ରଥମେ ଏହି ବ୍ରତର ଆରମ୍ଭ କଲେ । ପ୍ରଥମେ ଭୂଲିଆ ସମ୍ପ୍ରଦାୟ ଏହି ବ୍ରତକୁ ବିଜେପୁରରେ ଆଣିଥିଲେ। କିନ୍ତୁ ପରେ ଭିନ୍ନ ଭିନ୍ନ ସମ୍ପ୍ରଦାୟ ର ଲୋକେ ଏହାକୁ ନିଜର ପରିଚୟ କଲେ । ପ୍ରଥମେ ଗୋଟିଏ ଦୁଇଟି ସ୍ଥାନରେ ପୂଜା ହେଉଥିଲା, ପରେ ପୂଜାମଣ୍ଡପ ବଢ଼ିଲା। ଆଜି ବିଜେପୁରରେ ୮ଟି ସ୍ଥାନରେ ଅନନ୍ତ ବ୍ରତ ମହୋତ୍ସବ ହେଉଛି ।
ବ୍ରତର ପୂଜା ବିଧି
ଏହି ବ୍ରତରେ ଚଉଦ ସଂଖ୍ୟାର ପ୍ରାଧାନ୍ୟ ଅଛି। ଚଉଦ ପ୍ରକାରର ପିଠା, ଚଉଦ ପ୍ରକାରର ଫୁଲ ଓ ଫଳ, ଚଉଦଟି ସୂତା – ସବୁ ପୂଜାରେ ବ୍ୟବହାର ହୁଏ । ବ୍ରତଧାରୀମାନେ ଏକାସାଥିରେ ବସି, ପୂଜା ପରେ ପାଦୁକାରେ ପାଣି, ପିଠାପଣା ଓ ପ୍ରସାଦ ବଣ୍ଟନ କରନ୍ତି। ପୂଜା ସମାପ୍ତି ପରେ ମାଟିର ମହାପ୍ରଭୁଙ୍କୁ ବିସର୍ଜନ କରାଯାଏ ।
ଭାଇଚାରାର ପ୍ରତୀକ
ବିଜେପୁରର ଏହି ମହୋତ୍ସବର ସବୁଠୁ ବଡ଼ ବିଶେଷତା – କେବେ ବି ଗଣ୍ଡଗୋଳ, ମାରପିଟ କିମ୍ବା ଅନିୟମିତତା ଘଟେନାହିଁ । ପ୍ରତିବର୍ଷ ଲକ୍ଷ-ଲକ୍ଷ ଶ୍ରଦ୍ଧାଳୁ ଆସନ୍ତି, ସବୁ କାର୍ଯ୍ୟକ୍ରମ ଶାନ୍ତିପୂର୍ଣ୍ଣ ଭାବରେ ସମ୍ପନ୍ନ ହୋଇଥାଏ। ଏହାକୁ ନେଇ ସ୍ଥାନୀୟ ପ୍ରଶାସନ, ସ୍ବାସ୍ଥ୍ୟ ବିଭାଗ, ବିଦ୍ୟୁତ ବିଭାଗ, ସାମାଜିକ ସଂଗଠନ ଓ ସାଧାରଣ ଜନତା – ସମସ୍ତଙ୍କର ସହଯୋଗ ମିଳେ ।
ଏହି ବର୍ଷ ର କର୍ତ୍ତା
ଚଳିତ ବର୍ଷ ମେହେର ମଧ୍ୟପଡା ରେ ଝରଣା ମେହେର ଓ ତାଙ୍କ ସ୍ୱାମୀ ଜିତେନ୍ଦ୍ରିୟ ମେହେର, ଉପରପଡା ରେ ସୁମତି ମେହେର ଓ ତାଙ୍କ ସ୍ୱାମୀ ପ୍ରେମାନନ୍ଦ ମେହେର, ମହାବୀର ଛକରେ ଭୋଜରାଜ ମେହେର ଓ ତାଙ୍କ ସ୍ତ୍ରୀ ପୂର୍ଵଵାସୀ ମେହେର, ତଳିପଡ଼ା ରେ ଝରଣା ମେହେର ଓ ତାଙ୍କ ସ୍ୱାମୀ କୈଳାଶ ମେହେର, ମାଲପଡା ରେ ସୀତା ମେହେର ଓ ତାଙ୍କ ସ୍ୱାମୀ ଲଖ୍ମ୍ନଣ ବାରିକ, ଗାନ୍ଧୀପଡା ରେ ନିଶାମଣୀ ମେହେର ଦମ୍ପତ୍ତି, ବଜରଙ୍ଗ ଛକ ରେ ତୁଳସୀ ମେହେର ଓ ସ୍ୱାମୀ ମନୀଷ ମେହେର ଏବଂ ଯଶୋଦା ମେହେର ଓ ସ୍ୱାମୀ ମନୋହର ମେହେର ପୂଜାର କର୍ତ୍ତା ରୂପେ ନିଜ କାର୍ଯ୍ୟ ସମ୍ପାଦନ କରିବେ I
ସାଂସ୍କୃତିକ ଉତ୍ସବର ଆୟୋଜନ
ଏହି ବର୍ଷ ୬ରୁ ୮ ସେପ୍ଟେମ୍ବର ପର୍ଯ୍ୟନ୍ତ ମହୋତ୍ସବ ହେବ। ୯ ସେପ୍ଟେମ୍ବରରେ ବିଶାଳ ଭସାଣୀ ଯାତ୍ରା ସମ୍ପର୍ନ୍ନ ହେବ । ୨ ହଜାରରୁ ଅଧିକ କଳାକାର ଏଥିରେ ଅଂଶ ଗ୍ରହଣ କରିବେ ଏବଂ ନିଜର କଳା ପ୍ରଦର୍ଶନ ପୂର୍ବକ ଲୋକଙ୍କର ମନୋରଞ୍ଜନ କରିବେ । ଅପେରା, ଲୋକନୃତ୍ୟ, ଅର୍କେଷ୍ଟ୍ରା, ନାଟକ – ପ୍ରତିଦିନ ବିଭିନ୍ନ ପଡ଼ାରେ ଅନୁଷ୍ଠିତ ହେବ।
ଜନଜୀବନରେ ପ୍ରଭାବ
ଅନନ୍ତ ବ୍ରତ ମହୋତ୍ସବ କେବଳ ପୂଜା ନୁହେଁ, ସହରର ଅର୍ଥନୀତିକୁ ମଧ୍ୟ ମଜବୁତ କରିଥାଏ । ମେଳା, ମୀନା ବଜାର, ରାମଦୂଲି, ଝୁଲା – ସବୁଠାରେ ଲୋକମାନେ ଭିଡ ଜମାନ୍ତି । ପୁରୀ, ମାଂସ, ତରକାରୀର ଦୋକାନ, ଜଳଖିଆ, ଗୁପ୍ଚୁପ ଠେଲା, ଚାଓମୀନ ଓ ମନଚୁରିଆନ ଭଳି ବିଭିନ୍ନ ଦୋକାନ କରି ଲୋକମାନେ ବହୁତ ଅର୍ଥ ରୋଜଗାର କରିଥାନ୍ତି। ଗାଁର ଯୁବକ-ଯୁବତୀମାନେ ମଧ୍ୟ କିଛି ରୋଜଗାର କରିବାର ସୁଯୋଗ ପାଆନ୍ତି I
No comments:
Post a Comment