ବିଜେପୁର ହତ୍ୟା ଉଦ୍ୟମ ମାମଲା, ତିନି ବାପ - ପୁଅ ଙ୍କୁ ୯ ବର୍ଷ ଜେଲ - Talpadar TV

Breaking

Home Top Ad

Post Top Ad

Sunday, September 7, 2025

ବିଜେପୁର ହତ୍ୟା ଉଦ୍ୟମ ମାମଲା, ତିନି ବାପ - ପୁଅ ଙ୍କୁ ୯ ବର୍ଷ ଜେଲ

 


ବରଗଡ ଜିଲ୍ଲାର ବିଜେପୁର ଥାନା ଅଧୀନରେ ହତ୍ୟା ଉଦ୍ୟମ ମାମଲାରେ ୩ ଅଭିଯୁକ୍ତଙ୍କୁ ୯ ବର୍ଷ କାରାଦଣ୍ଡ ସହିତ ୫,୦୦୦ ଟଙ୍କା ଜରିମାନାରେ ଶାସ୍ତି ଶୁଣାଇଛନ୍ତି ମାନ୍ୟବର ଅଦାଲତ। ଶୁକ୍ରବାର JMFC ସୋହେଲାଙ୍କ ଅଦାଲତରେ ଏହି ରାୟ ଘୋଷଣା ହୋଇଥିଲା। ଏହି ମାମଲା ରେ ଦଣ୍ଡ ଦଣ୍ଡ ପାଇଥିବା ବ୍ୟକ୍ତି ମାନେ ହେଲେ ଅମୁଲ୍ୟ ସାହୁ, ମିଥୁନ ସାହୁ, ବିଦ୍ୟାଧର ସାହୁ l ସମସ୍ତେ ବିଜେପୁର ଥାନା ଅଧୀନ ଲେମଧର ଗ୍ରାମର ବାସିନ୍ଦା ଏବଂ ୩ଜଣ ହେଉଛନ୍ତି ବାପ-ପୁଅ । କେସ୍‌ ନଂ-୨୫୬/୨୮/୧୨/୨୦ ଅନୁସାରେ ୨୦୧୨ରେ ବିଜେପୁର ଥାନାରେ ମାମଲା ରେଜିଷ୍ଟର୍ ହୋଇଥିଲା। ଅଭିଯୋଗକାରୀ ଶ୍ରୀପତି ସାହୁ ମଧ୍ୟ ଲେମଧର ଗ୍ରାମର ବାସିନ୍ଦା l ଗ୍ରାମରେ ହୋଇଥିବା ବିବାଦରୁ ଦୁଇ ପକ୍ଷରେ ତୀବ୍ର ଗଣ୍ଡଗୋଳ ହୋଇଥିଲା lଅଭିଯୁକ୍ତମାନେ ଧାରୁଆ କୁରାଢି ଦ୍ୱାରା ନିଷ୍ଠୁର ଆକ୍ରମଣ କରିଥିଲେ।IPC ଧାରା 294, 323, 324, 307, 506 ଓ 34 ଅଧିନରେ ମାମଲା ଚାଲିଥିଲା।ଦୀର୍ଘ ଦିନର ଆଇନ ପ୍ରକ୍ରିୟା, ସାକ୍ଷ୍ୟ ଓ ପ୍ରମାଣ ପରେ, ବିଚାରପତି ୩ ଅଭିଯୁକ୍ତଙ୍କୁ ୯ ବର୍ଷ କାରାଦଣ୍ଡ + ୫,୦୦୦ ଟଙ୍କା ଜରିମାନାରେ ଶାସ୍ତି ଦେଇଛନ୍ତି।


Report- Sushanta Sahu

Talpadar TV

ଯେକୌଣସି ନ୍ୟୂଜ୍ ଦେବାପାଇଁ ଆମ ପ୍ରତିନିଧି ଙ୍କୁ ଯୋଗାଯୋଗ କରନ୍ତୁ - 9439493184


No comments:

Post a Comment

Post Bottom Ad

Pages