ଗନିଆଁପାଲିରେ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ ଉଦଘାଟନ କଲେ ବିଜେପୁର ବିଧାୟକ - Talpadar TV

Breaking

Friday, September 12, 2025

ଗନିଆଁପାଲିରେ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ ଉଦଘାଟନ କଲେ ବିଜେପୁର ବିଧାୟକ

 


ଗନିଆପାଲି : ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଗନିଆପାଲି ପାଇଁ ଆଜିର ଦିନ ଖୁସିର ଦିନ ଥିଲା l ବହୁ ପ୍ରତୀକ୍ଷା ର ଅନ୍ତ ପରେ ଆଜି ମାନ୍ୟବର ବିଜେପୁର ବିଧାୟକ ଶ୍ରୀମାନ ସନତ କୁମାର ଗଡତିଆ ଙ୍କ କରକମଳରେ ଗନିଆପାଲି ଠାରେ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ ର ଉଦଘାଟନ କରାଯାଇଛି l ଏହା ଫଳରେ ଚାରିଆଡ଼େ ଖୁସିର ଲହରୀ ଖେଳି ଯାଇଥିଲା l ଉଦଘାଟନୀ କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକ, ବିଜେପି କାର୍ଯ୍ୟକର୍ତ୍ତା, ସମାଜସେବୀ ଓ ଚିକିତ୍ସାଳୟର କର୍ମଚାରୀମାନେ ବିଧାୟକଙ୍କୁ ପାଛୋଟିଆଣିଥିଲେ। ଚିକିତ୍ସକ ରମେଶ କୁମାର ପୋଢ ଓ ବିଭାଗୀୟ କର୍ମଚାରୀମାନେ, ବିଧାୟକଙ୍କୁ ଏବଂ ଜିଲ୍ଲା ଆୟୁର୍ବେଦିକ ଚିକିତ୍ସା ଅଧିକାରୀ ଲକ୍ଷ୍ମୀଶ୍ରୀୟା ବେହେରାଙ୍କୁ ଫୁଲତୋଡା ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ମାନ୍ୟବର ବିଜେପୁର ବିଧାୟକ ଫଳକ ଅନାବରଣ କରି ସରକାରୀ ଚିକିତ୍ସାଳୟ ର ଉଦ୍ଘାଟନ କରିଥିଲେ l ଏହି ଅବସରରେ ମାନ୍ୟବର ବିଜେପୁର ବିଧାୟକ କହିଥିଲେ ଗାଁ ରେ ସରକାରୀ ଆୟୁର୍ବେଦିକ ଚିକିତ୍ସାଲୟ ଖୋଲିବା ଦ୍ବାରା ଗନିଆଁପାଲି ଓ ଆଖପାଖର ଲୋକମାନେ ଏବେ ପାରମ୍ପରିକ ଆୟୁର୍ବେଦିକ ଚିକିତ୍ସାର ସମସ୍ତ ଲାଭ ପାଇପାରିବେ l ଏହି ନୂତନ ଆୟୁର୍ବେଦିକ ଚିକିତ୍ସାଳୟ ଦ୍ୱାରା ଶତାଧିକ ଲୋକଙ୍କୁ ଏବେ ଗାଁରେ  ପ୍ରାକୃତିକ ଚିକିତ୍ସା ସୁବିଧା ମିଳିବ, ଯାହା ଗ୍ରାମ୍ୟ ସ୍ୱାସ୍ଥ୍ୟ ସେବାରେ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ସୃଷ୍ଟି କରିବ।

Report - Sushanta Sahu

No comments:

Post a Comment

Post Bottom Ad

Pages