ଗାଇସିଲଟ, 10 ସେପ୍ଟେମ୍ବର 2025 (ଗୁରୁବାର) :
ସବୁବର୍ଷ ଭଳି, ଏହିବର୍ଷ ମଧ୍ୟ ତୈଳିକ ବୈଶ୍ୟ ସାହୁ ସମାଜ ତରଫରୁ କଳଙ୍ଗାପଳି ସାହୁ ସମାଜ କଳ୍ୟାଣ ମଣ୍ଡପ ପରିସରରେ 13ତମ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଆସନ୍ତା କାଲି ମହାଆଡମ୍ବର ରେ ପାଳିତ ହେବ। ଏନେଇ ପ୍ରସ୍ତୁତି କାର୍ଯ୍ୟ ଶେଷ ସୋପାନରେ ପହଞ୍ଚିଛି l ଏହିବର୍ଷ କାର୍ଯ୍ୟକ୍ରମ ରେ ଓଡିଶା ସରକାରଙ୍କ ପଂଚାୟତି ରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ମାନ୍ୟବର ରବି ନାରାୟଣ ନାଏକ ଯୋଗଦାନ କରୁଥିବାରୁ ସମସ୍ତଙ୍କ ଉତ୍ସାହ ବହୁଗୁଣିତ ହୋଇଛି l ପୂର୍ବନିର୍ଦ୍ଧାରିତ ସୂଚୀ ଅନୁସାରେ, ସକାଳ 8ଟାରୁ କଳଙ୍ଗାପଳି ପାଟଣେଶ୍ୱରୀ ମନ୍ଦିର ପ୍ରାଙ୍ଗଣରୁ ଶୋଭାଯାତ୍ରା ଆରମ୍ଭ ହୋଇ କଳ୍ୟାଣ ମଣ୍ଡପକୁ ପହଞ୍ଚିବ। ଏହାପରେ ନୂଆଁଖାଇ ଭେଟଘଟ କାର୍ଯ୍ୟକ୍ରମ ଆରମ୍ଭ ହେବ । ପ୍ରାତଃ 9.30ରୁ 10.30 ପର୍ଯ୍ୟନ୍ତ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ । ଏହି ଅବସରରେ ଓଡ଼ିଶା ସରକାରଙ୍କ ପଞ୍ଚାୟତୀରାଜ, ଗ୍ରାମ୍ୟ ଉନ୍ନୟନ ଓ ପାନିୟ ଜଳ ଯୋଗାଣ ମନ୍ତ୍ରୀ ମାନ୍ୟବର ରବି ନାରାୟଣ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବେ। ସେହିପରି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ବିଜେପୁର ବିଧାୟକ ସନତ କୁମାର ଗଡତିଆ, ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ, ବଲାଙ୍ଗିର ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀ ବିଭୁତି ଭୂଷଣ ସାହୁ, ଭୁବନେଶ୍ୱର ର ପୂର୍ବତନ APCAL ଅଧ୍ୟକ୍ଷ, ପ୍ରଭାତ ଆଦିତ୍ୟ ମିଶ୍ର ସହିତ ବହୁ ପ୍ରମୁଖ ବ୍ୟକ୍ତିବର୍ଗଙ୍କର ଉପସ୍ଥିତି ରହିବ । ସାହୁ ସମାଜର ଏହି ପାରମ୍ପରିକ ଆୟୋଜନ ସମାଜରେ ଭାଇଚାରା, ସମ୍ମିଳନ ଓ ସଂସ୍କୃତିକ ମୂଲ୍ୟବୋଧକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଆସୁଛି।
Report- Sushanta Sahu
Talpadar TV
ଯେକୌଣସି ନ୍ୟୂଜ୍ ଦେବାପାଇଁ ଆମ ପ୍ରତିନିଧି ଙ୍କୁ ଯୋଗାଯୋଗ କରନ୍ତୁ - Mob-9439493184
ଯଦି ଆମର ନ୍ୟୁଜ ଆପଣଙ୍କୁ ଭଲ ଲାଗୁଛି ତାହେଲେ ନିଜ ସାଙ୍ଗ ସାଥୀଙ୍କୁ ସେୟାର କରନ୍ତୁ ଓ ଆମର ୱେବସାଇଟ କୁ SUBSCRIBE କରନ୍ତୁ I
No comments:
Post a Comment