ବରଗଡ଼, 28 ଅଗଷ୍ଟ 2025 (ଗୁରୁବାର):
ପଶ୍ଚିମ ଓଡ଼ିଶାର ପ୍ରମୁଖ ପର୍ବ ନୂଆଖାଇ ଉତ୍ସବକୁ ନେଇ ସମଗ୍ର ଅଞ୍ଚଳରେ ଖୁସିର ପରିବେଶ ଥିଲା। ସୋହେଲା ଅଞ୍ଚଳର ହଳଦିପାଳି ଗ୍ରାମରେ ମଧ୍ୟ ସେହି ଉତ୍ସବରେ ଲୋକ ଆନନ୍ଦିତ ଥିଲେ, ଦୋକାନବଜାର ବନ୍ଦ ଥିଲା ଓ ଗ୍ରାମବାସୀମାନେ ଖାଇ-ପିଇ, ନାଚି-ଗାଇ ଖୁସିରେ ମଗ୍ନ ଥିଲେ। କନ୍ତୁ ଏହି ଖୁସିର ମାହୋଲ ମଧ୍ୟରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବାରୁ ସମଗ୍ର ଅଞ୍ଚଳ ରେ ଶୋକ ର ଛାୟା ଖେଳିଯାଇଛି । ଆଜି ସକାଳ ପ୍ରାୟ 11.30ଟା ସମୟରେ (CCTV ର ସମୟ ଅନୁସାରେ), ବଳିଷ୍ଠ ପଧାନ ନାମକ ବ୍ୟକ୍ତି ସ୍ଥାନୀୟ ହଳଦିପାଳି ପେଟ୍ରୋଲ ପମ୍ପରେ ଚେୟାରରେ ବସିଥିଲେ। ସେଇ ସମୟରେ, ଗର୍ଭଣା ଗ୍ରାମ ର ଲିପୁ ସାହୁ ନାମକ ଜଣେ ବ୍ୟକ୍ତି ହାତରେ ଏକ ଧାରୁଆ ଟାଙ୍ଗିଆ ନେଇ ସେଠାକୁ ପହଞ୍ଚିଥିଲେ। ପ୍ରଥମେ ସେ ଦୁଇଜଣଙ୍କ ମଧ୍ୟରେ କିଛି କଥା-ବାର୍ତ୍ତା ହେଲା। କିନ୍ତୁ କିଛିକ୍ଷଣ ପରେ, ହଠାତ୍ ଲିପୁ ପଧାନ ବଳିଷ୍ଠଙ୍କ ଉପରେ ଆକ୍ରମଣ କରିଦେଲେ l ସାକ୍ଷୀମାନଙ୍କ କହିବା ଅନୁସାରେ, ସେ ଚେୟାର ପଛ ପଟୁ ବଳିଷ୍ଠଙ୍କୁ ଲକ୍ଷ କରି ଟାଙ୍ଗିଆରେ ନିର୍ଦ୍ଦୟ ପ୍ରହାର କରିଚାଲିଥିଲେ। ପରେ, କ୍ରୋଧାନ୍ୱିତ ହୋଇ ପ୍ରାୟ 15ରୁ 20ଟି ଥର ବଳିଷ୍ଠ ଙ୍କ ଉପରେ ଚୋଟ ପକାଇଥିଲେ।ଏହି ଅଚାନକ ଆକ୍ରମଣରେ ବଳିଷ୍ଠଙ୍କ ସ୍ଥଳରେ ମୃତ୍ୟୁ ଘଟିଥିଲା। ଘଟଣା ପରେ, ସ୍ଥାନୀୟ ଗ୍ରାମବାସୀ ଓ ପୋଲିସଙ୍କ ସହାୟତାରେ ବଳିଷ୍ଠ ପଧାନଙ୍କୁ ବରଗଡ଼ର ବିକାଶ ହସ୍ପିଟାଲକୁ ନିଆଯାଇଥିଲା।କିନ୍ତୁ ଡାକ୍ତରମାନେ ସେଠାରେ ମୃତ ଘୋଷଣା କରିଥିଲେ। ଘଟଣା ସମ୍ବନ୍ଧରେ ଖବର ପ୍ରଚାର ହେବା ସହିତ, ସମଗ୍ର ହଳଦିପାଳି ଗ୍ରାମ ଆନ୍ଦୋଳିତ ହୋଇଥିଲା। ଗ୍ରାମବାସୀମାନେ ରାସ୍ତା ଅବରୋଧ କରି ପ୍ରତିବାଦ କରିଥିଲେ ଓ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଥିଲେ। ପରେ, ପୋଲିସ ପକ୍ଷରୁ ମୃତଦେହକୁ ବରଗଡ଼ ସ୍ଥିତ ଖେଦାପାଳି ଡାକ୍ତରଖାନାକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା। ବର୍ତମାନ ହତ୍ୟାକାରୀ ଲିପୁ ସାହୁ ଙ୍କୁ ସୋହେଲା ଜେଲ୍ ରେ ରଖାଯାଇଛି l କାହିଁକି ସେ ଏପରି ହତ୍ୟାକାଣ୍ଡ ଭିଆଇଲେ ଏପର୍ଯ୍ୟନ୍ତ ଜଣାପଡିନାହିଁ l
No comments:
Post a Comment