ସୁଭଦ୍ରା ଶକ୍ତୀ କେନ୍ଦ୍ର ଘେଁସଠାରେ ଉଦ୍‌ଘାଟିତ – ନାରୀ ସଶକ୍ତିକରଣ ଦିଗରେ ଏକ ଅନ୍ୟତମ ପଦକ୍ଷେପ - Talpadar TV

Breaking

Home Top Ad

Post Top Ad

Tuesday, August 5, 2025

ସୁଭଦ୍ରା ଶକ୍ତୀ କେନ୍ଦ୍ର ଘେଁସଠାରେ ଉଦ୍‌ଘାଟିତ – ନାରୀ ସଶକ୍ତିକରଣ ଦିଗରେ ଏକ ଅନ୍ୟତମ ପଦକ୍ଷେପ

 




ଘେଁସ, ୫ ଅଗଷ୍ଟ:
ବରଗଡ଼ ଜିଲ୍ଲାର ଘେଁସଠାରେ ନବନିର୍ମିତ ସୁଭଦ୍ରା ଶକ୍ତିକେନ୍ଦ୍ର ଆଜି ଉଦ୍‌ଘାଟିତ ହୋଇଛି। ଯୁବ ସଂଗଠକ ପ୍ୟାରିଲାନ ବାରିକଙ୍କ ନେତୃତ୍ୱରେ ଏହି କେନ୍ଦ୍ରକୁ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ଉଦ୍‌ଘାଟନ କରିଥିଲେ । ଉଦଘାଟନ କାର୍ଯ୍ୟକ୍ରମରେ ସୋହେଲା ବିଡିଓ କରିସ୍ମା ଭେସ୍ରା, ସ୍ଥାନୀୟ ଜେଇ, କାର୍ଯ୍ୟନିର୍ବାହୀ ଅଧିକାରୀ ଇତ୍ୟାଦି ଉପସ୍ଥିତ ଥିଲେ। ବିଜେପିର ବରିଷ୍ଠ ନେତା ଲୋକେଶ୍ବର ସିଂ ବରିହା, ଶଙ୍କର ମେହେର, ଶିବ ମେହେର, ରିତୁ ସାହୁ, ନିମାଇଁ ସାହୁ ଓ ଅନ୍ୟାନ୍ୟ ଦଳୀୟ କାର୍ଯ୍ୟକର୍ତ୍ତା ମଧ୍ୟ ଉପସ୍ଥିତ ଥିଲେ । ଏହି ଶକ୍ତିକେନ୍ଦ୍ର ଉଦ୍‌ଦେଶ୍ୟ ହେଉଛି ନାରୀମାନଙ୍କୁ ସ୍ୱାବଳମ୍ବୀ ଓ ସଶକ୍ତ ବନାଇବା। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ସୁଭଦ୍ରାଶକ୍ତି ସଦସ୍ୟା ଯୋଗଦେଇଥିଲେ । ଅର୍ଜୁନ ପଟେଲ ଓ ମନୋଜ ପଟେଲ ମଧ୍ୟ କାର୍ଯ୍ୟକ୍ରମରେ ସହଯୋଗ ପ୍ରଦାନ କରିଥିଲେ । ଉଦ୍‌ଘାଟନ ସମୟରେ ବିଧାୟକ ଇରାଶିଷ ଆଚାର୍ଯ୍ୟ କହିଥିଲେ, "ଆଗାମୀ ଦିନରେ ନାରୀମାନେ କିପରି ଆହୁରି ସଶକ୍ତ ହେବେ, ତାହା ମୋର ଲକ୍ଷ୍ୟ ଓ ପ୍ରୟାସ ରହିବ"I ସୁଭଦ୍ରା ଶକ୍ତିକେନ୍ଦ୍ର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି ଯାହା ନିଶ୍ଚିତ ଭାବେ ଘେଁସ  ଓ ତାହାର ଆଖପାଖ  ଅଞ୍ଚଳର ନାରୀମାନଙ୍କ ସମୃଦ୍ଧି ଓ ସ୍ୱାଧୀନତା  ଦିଗରେ ସାହାଯ୍ୟ କରିବ I


No comments:

Post a Comment

Post Bottom Ad

Pages