ପଦ୍ମପୁର, ବରଗଡ଼ – ପଦ୍ମପୁର ଅଞ୍ଚଳର ଜନସାଧାରଣଙ୍କ ମୁଖ୍ୟ ସମସ୍ୟାଗୁଡ଼ିକ ଦୀର୍ଘଦିନ ଧରି ଉପେକ୍ଷିତ ଅବସ୍ଥାରେ ରହିଥିବା ଦେଖି, ଆଜି କଂଗ୍ରେସ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। କଂଗ୍ରେସ ବିଧାୟକ ପ୍ରାର୍ଥୀ ଟଙ୍କଧର ସାହୁ ଓ ନଗର କଂଗ୍ରେସ କମିଟି ନେତୃତ୍ୱରେ, ଶତାଧିକ କଂଗ୍ରେସ କର୍ମୀ, ଏନଏସଉଆଇ ଏବଂ ସ୍ଥାନୀୟ ଜନସାଧାରଣ ମିଶି କଂଗ୍ରେସ କାର୍ଯ୍ୟାଳୟରୁ ରାଲି କରି ଉପଜିଲ୍ଲାପାଳଙ୍କୁ ଏହି ଦାବିପତ୍ର ଦେଇଥିଲେ।
ଦାବିପତ୍ରର ମୁଖ୍ୟ ଦାବିଗୁଡ଼ିକ:
1. ସରକାରୀ ଡାକ୍ତରଖାନାର ସଫାଇ ବ୍ୟବସ୍ଥା ରେ ଉନ୍ନତି I
2. ଡାକ୍ତର ଓ ପାରାମେଡିକାଲ ଷ୍ଟାଫ ନିଯୁକ୍ତି I
3. ସହର ଡ୍ରେନେଜ୍ ସିଷ୍ଟମର ନବୀନୀକରଣ I
4. ଦୀର୍ଘ ଦିନରୁ ଥିବା ଓଭର ହେଡ଼ ଟାଙ୍କି କାର୍ଯ୍ୟକ୍ଷମ କରିବା I
5. ଏଥଲେଟିକ ଏସୋସିଏସନ୍ ପୁନଃଗଠନ I
6. ଛାତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ ନିୟମିତ ପଦକ୍ଷେପ I
7. ମଶା ଓ ମାଛି ଜନିତ ରୋଗରୁ ରକ୍ଷା ପାଇଁ ନିୟମିତ ମଶାମରା ଧୂଆଁ ପ୍ରୟୋଗ I
ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ପର୍ଯ୍ୟବେକ୍ଷକ ଡା. ବିନୟ ଜୟୱାଲ (ବିଧାୟକ, ଛତିଶଗଡ଼) ଓ ରାଜ୍ୟ କଂଗ୍ରେସ କମିଟି ପକ୍ଷରୁ ଗଣେଶ ସାହୁ ଉପସ୍ଥିତ ଥିଲେ। ସେମାନେ ସ୍ଥାନୀୟ ଲୋକଙ୍କ ସହ କଥା ହୋଇ ତାଙ୍କର ଅଭିଯୋଗ ଶୁଣିଥିଲେ । ନଗର କଂଗ୍ରେସ ସଭାପତି ଦିଲୀପ ଦାନୀ, ଗଜେନ୍ଦ୍ର ଶର୍ମା, ନେହରୁ ତ୍ରିପାଠୀ, ମହେନ୍ଦ୍ର ଖୁଣ୍ଟିଆ, ବିଜୟନନ୍ଦ ପଟ୍ଟନାୟକ, ଗୌନ୍ତିଆ ସାହୁ, ସନ୍ତୋଷ ଶତପଥୀ, ପ୍ରଦୀପ ସାହୁ, ପ୍ରଦୀପ ବେହେରା, ଅନିଲ ଅଗ୍ରୱାଲ, ପିଣ୍ଡୁ ନାଥ, ପ୍ରଭାତ ବାରିକ, ଗତିକୃଷ୍ଣ ଭୋଇ ଓ ଅନ୍ୟ ଅନେକ ଜଣେ ବି ଏଥିରେ ସକ୍ରିୟ ଭାଗ ନେଇଥିଲେ। କଂଗ୍ରେସ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି ଯେ, ଏହି ସମସ୍ୟାଗୁଡ଼ିକୁ ଦୂର କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ।
ରିପୋର୍ଟ- ସୁଶାନ୍ତ ସାହୁ
ତାଳପଦର ଟିଭି
ଅଧିକ ଖବର ପାଇଁ ଆମ ବ୍ଲଗ୍ କୁ ଅନୁସରଣ କରନ୍ତୁ।
No comments:
Post a Comment