ନୂତନ ଧାନ ପଞ୍ଜିକରଣ ବ୍ୟବସ୍ଥାରେ ଜଟିଳତା ବିରୋଧରେ ଚାଷୀ ଆନ୍ଦୋଳନ: ସଂଯୁକ୍ତ କୃଷକ ସଂଗଠନର ଧାରଣା ପ୍ରଦର୍ଶନ
ବରଗଡ଼, ୮ ଅଗଷ୍ଟ — ନୂତନ ଧାନ ବିକ୍ରି ପଞ୍ଜିକରଣ ପ୍ରଣାଳୀରେ ଥିବା ଜଟିଳ ନିୟମ ହଟାଇବା ଦାବୀରେ ଆଜି ବରଗଡ଼ ଜିଲ୍ଲା ଉପନିବନ୍ଧକ କାର୍ଯ୍ୟାଳୟ ସମ୍ମୁଖରେ ସଂଯୁକ୍ତ କୃଷକ ସଂଗଠନ ଧାରଣା ପ୍ରଦର୍ଶନ କରିଛି। ଏହି ପ୍ରଦର୍ଶନରେ ସଂଗଠନ ପକ୍ଷରୁ ନୂତନ ବ୍ୟବସ୍ଥାରେ ବଂଶାବଳି ତିଆରି କରିବାକୁ ବାଧ୍ୟତା ଥିବା ବିଷୟକୁ ଦୃଢ ସ୍ୱରରେ ବିରୋଧ ପ୍ରକାଶ କରାଯାଇଛି। ସଂଘଟନ ପକ୍ଷରୁ ଦାବୀ କରାଯାଇଛି ଯେ, ବଂଶାବଳି ନିୟମ ଲାଗୁ ହେଲେ, ଭାଇଭାଇ ଓ ଭାଇଭଉଣୀ ମଧ୍ୟରେ ବିରୋଧ ତିବ୍ର ରୂପ ନେବ ଏବଂ ଅନେକ ମହିଳା ଚାଷ ନ କରି ବି ଧାନ କାର୍ଡ ତିଆରି କରିପାରିବେ, ଯାହା ଫଳରେ ଅସଲ ଚାଷି ଧାନ ବିକ୍ରି କରିପାରିବେ ନାହିଁ। ଏହି ବ୍ୟବସ୍ଥା ଜାରି ରହିଲେ ଖାଦ୍ୟ ସୁରକ୍ଷା ଓ କୃଷି ଅର୍ଥନୀତି ଉପରେ ଗଭୀର ପ୍ରଭାବ ପଡ଼ିପାରେ ବୋଲି ସେମାନେ ସଚେତନ କରିଛନ୍ତି। ସଂଘଟନ ପକ୍ଷରୁ ଦାବୀ ରହିଛି ଯେ, ବଂଶାବଳି ବଦଳରେ "ସ୍ୱଘୋଷଣା ନାମା" ଉପରେ ପଞ୍ଜିକରଣ କରାଯିବା ଦରକାର, ଯାହା ଦ୍ୱାରା ନକଲି ଚାଷି ତିଆରି ହେବାର ସମ୍ଭାବନା ରହିବ ନାହିଁ।ଏହା ସହ ଯେଉଁଠି ପାରିବାରିକ ବିବାଦ ଅଛି, ସେଇଠି ସହମତି ପତ୍ର ଆଧାରରେ ପଞ୍ଜିକରଣ କରିବା ପାଇଁ ମଧ୍ୟ ସେମାନେ ଦାବୀ କରିଛନ୍ତି। ଏହି ଦାବୀ ମୁତାବକ ବାଲେଶ୍ୱର ଜିଲ୍ଲା ପାଳ ଗତ କାଲି ଚିଠି କରି କେବଳ ସ୍ୱାଘୋଷଣା ନାମାରେ ଧାନ ପଞ୍ଜିକରଣ କରିବା ପାଇଁ ନିର୍ଦେଶ ଦେଇଛନ୍ତି ତାହାହେଲେ ବରଗଡ଼ କାହିଁକି ନୁହେଁ ବୋଲି ସଂଗଠନ ପ୍ରଶ୍ନ କରିଛି। ଦିନ 10 ଟାରୁ ଅଫିସ ସମ୍ମୁଖରେ ଧାରଣା ସଂଗଠନ ବାସୀଥିବାରୁ ଉପନିବାନ୍ଧକ ଆସି ପ୍ରଥମ ପର୍ଯ୍ୟାୟ ରେ ଆଲୋଚନା କଲେ ପରେ ଶହ ଉପଜିଲ୍ଲାପାଳ ମଧ୍ୟ ଆସି ଆଲୋଚନା ରେ ଭାଗନେଇଥିଲେ ହେଲେ ସଂଗଠନ ସେହି ଗୋଟିଏ ଦାବିରେ ଅଟଳ ରହିବାରୁ ଆଲୋଚନା ବିଫଳ ହୋଇଥିଲା ପୁଣି 3 ଟା ସମୟରେ ଡିଆରସିଏସ ଯୁଗଳ ଦାସ ଆସି ପୂର୍ଣ୍ଣାଙ୍ଗ ଆଲୋଚନା କଲା ପରେ ଆଜି ସାନ୍ଧ୍ୟ 7 ଟା ସମୟରେ ଜିଲ୍ଲାପାଳ ଙ୍କ ସହିତ କଥା ହୋଇ ଯେକୌଣସି ସାନଧାନ ର ବାଟ ବାହାର କରାଯିବ ବୋଲି ପ୍ରତିଶୃତି ଦେଲା ପରେ ସଂଗଠନ ପ୍ରତିନିଧି ମାନେ ଧାରଣା 4 ଟା ରେ ଉଠିଥିଲେ। ଏହି ଧାରଣା ପୂର୍ବରୁ ସରକଣ୍ଡା, ସୋହେଲା, ଘେଁସ, ସନିମାଲ ଏବଂ ଭେଡେନ ସୋସାଇଟି ତାଲା ବନ୍ଦ କରି କର୍ମୀମାନେ ବରଗଡ଼ ଆସିଥିଲେ। ଏହି ଧାରଣା କାର୍ଯ୍ୟକ୍ରମ ରେ ସର୍ବଶ୍ରୀ ଉତ୍ପନ୍ନ ଭୋଇ, ଅଜିତ ଶତପଥୀ, ରମେଶ ମହାପାତ୍ର, ନରେନ୍ଦ୍ର ଭୋଇ, ସୁଦାମ ପାତ୍ର, ତପନ ମିଶ୍ର, କାରଣ ସାହୁ, ସୁବାସ ପଧାନ, ସାମନ୍ତ ସାହୁ, ପ୍ରଭାତ ସାହୁ, କୁଞ୍ଜ ପଧାନ, ରୋହିତ ପଧାନ, ସୁବାସ ସାମନ୍ତରାୟ, ଶାନ୍ତନୁ ମାଝୀ, ସୁରେନ ସାହୁ, ରବିଶଙ୍କର ପଧାନ, ଡୋଳାମଣି ମେହେର,ଈଶାନ୍ତ ଭୋଇ, ସୁରେଶ ନିକେଣ୍ଟି, ନିରଞ୍ଜନ ପଧାନ, ସୁବାସ ବିଶ୍ୱାଳ, ବୁଦ୍ଧଦେବ ନନ୍ଦ, ପି ପାପାରାଓ, ସଂକ୍ରାନ୍ତି, ଦଶରଥ ଭୋଇ, ଅମୁଲ୍ୟ ସ୍ୱାଇଁ ଏବଂ କୋଶଲ ସେନାର ବୀରବଳ ମହାକୁଡ଼ ଯୋଗଦେଇଥିଲେ। ସଂଗଠନ ପକ୍ଷରୁ ଯଦି ଦାବୀ ମୁତାବକ କୌଣସି ନିଷ୍ପତ୍ତି ନିଆନଯାଏ ତାହାହେଲେ ପର୍ଯ୍ୟାୟ କ୍ରମେ ଆନ୍ଦୋଳନ କୁ ଆହୁରୀ ଦୁର୍ବାର କରାଯିବ ବୋଲି ଚେତାବନୀ ଦେଇଛନ୍ତି।
Report- Sushanta Sahu
Talpadar TV
No comments:
Post a Comment