ସ୍ଵାଧୀନତା ଦିବସ ଉପଲକ୍ଷେ ପଦ୍ମପୁରରେ ଦେଶାତ୍ମକ ବୋଧ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ
ପଦ୍ମପୁର ଉପଖଣ୍ଡ ସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ ୨୦୨୫ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତାମାନ ଆୟୋଜିତ ହୋଇଛି। ପଦ୍ମପୁର ସ୍ଥିତ ପି.ଏମ. ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଶାତ୍ମକ ବୋଧ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ୪ଥ ଓ ୫ମ ଶ୍ରେଣୀ, ୬ଠ ରୁ ୮ମ ଓ ୯ମ, ୧୦ମ, ଉଚ୍ଚମାଧ୍ୟମିକ ଓ +୩ ସ୍ନାତକ ସ୍ତର ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାଗୁଡିକ ୦୭ ରୁ ୦୮ ଅଗଷ୍ଟ ପର୍ଯ୍ୟନ୍ତ ଚାଲିଥିଲା, ଯେଉଁଥିରେ ଓଡ଼ିଆ ବକ୍ତୃତା, ତର୍କ ପ୍ରତିଯୋଗିତା ଓ ଲିଖିତ ସାଧାରଣ ଜ୍ଞାନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ସାଧାରଣ ଜ୍ଞାନ ପ୍ରତିଯୋଗିତା ଆର.ବି. ହାଇସ୍କୁଲରେ ପ୍ରାତଃ ୧୦ଟା ରୁ ଅପରାହ୍ନ ୩:୩୦ଟା ପର୍ଯ୍ୟନ୍ତ ଚାଲିଥିଲା। ଏହି ସମସ୍ତ କାର୍ଯ୍ୟକ୍ରମ ମାର୍ଗଦର୍ଶିକା କମିଟି ଦ୍ୱାରା ପରିଚାଳିତ ହୋଇଥିଲା ଓ ବିଭିନ୍ନ ବିଷୟ ପାଇଁ ବିଚାରମଣ୍ଡଳୀ ନିଯୁକ୍ତ କରାଯାଇଥିଲେ। ବ୍ଲକ ଶିକ୍ଷା ଅଧିକାରୀ ରାଜବୋଡା ସମ୍ବର, ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଓ ତାଙ୍କ ସହଯୋଗୀ ବୃନ୍ଦ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷକ ମାନେ ଏହି ପ୍ରତିଯୋଗିତାରେ ସହଯୋଗ କରିଥିଲେ I
Report- Sushanta Sahu
Talpadar TV
No comments:
Post a Comment