ଆପଣଙ୍କ ଚୋରି ମୋବାଇଲ ଆପେ ଆପେ ମିଳିଯିବ I ଏହି କାମ କରନ୍ତୁ - Talpadar TV

Breaking

Home Top Ad

Post Top Ad

Monday, August 18, 2025

ଆପଣଙ୍କ ଚୋରି ମୋବାଇଲ ଆପେ ଆପେ ମିଳିଯିବ I ଏହି କାମ କରନ୍ତୁ

 


ବିଜେପୁର: ବରଗଡ଼ ଜିଲ୍ଲାର ବିଜେପୁର ଥାନା ପୋଲିସ  ଅଧିକାରୀ ମାନେ ଏପରି ଏକ ପଦକ୍ଷେପ ନେଇଥିଲେ  ଯାହାଫଳରେ ସେମାନେ ସମସ୍ତ ଜଣସାଧାରଣ ମନକୁ ଜିତିଛନ୍ତି। ବର୍ତ୍ତମାନର ଯୁଗରେ ମୋବାଇଲ ଫୋନ ହେଉଛି ଲୋକମାନଙ୍କ ଦୈନନ୍ଦିନ ଜୀବନର ଅଭିନ୍ନ ଅଂଶ । ପଢ଼ା-ଲେଖା, ସାମାଜିକ ସଂପର୍କ, ଅନଲାଇନ୍ କ୍ଲାସ୍ ସହିତ ପ୍ରତିଦିନର ଅନେକ କାର୍ଯ୍ୟରେ ଏହାର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ। କିନ୍ତୁ, ମୋବାଇଲ ଚୋରି, ଲୁଟ୍ ଏବଂ ହଜିଯିବା ଘଟଣା ବିଭିନ୍ନ ସ୍ଥାନରେ ବୃଦ୍ଧି ପାଇଥିବାରୁ ଲୋକମାନଙ୍କ ମଧ୍ୟରେ ଚିନ୍ତା ବଢ଼ୁଥିଲା। ଏହି ପରିସ୍ଥିତିକୁ ଗୁରୁତ୍ବ ଦେଇ ବିଜେପୁର ଥାନା ଅଧିକାରୀ ଶ୍ରୀ ସୁଶାନ୍ତ ମଣି ମହାନ୍ତିଙ୍କ ତତ୍ତ୍ୱାଧାନରେ ବରଗଡ଼ ସାଇବର ସେଲ୍ ସହିତ ମିଳିତ ଉଦ୍ୟମରେ ୯ଟି ଚୋରି ଓ ହଜିଯାଇଥିବା ମୂଲ୍ୟବାନ ମୋବାଇଲ ଫୋନ ବିଭିନ୍ନ ସ୍ଥାନରୁ ଉଦ୍ଧାର କରାଯାଇଛି। ପରେ ସେଗୁଡ଼ିକୁ ପ୍ରକୃତ ମାଲିକ ମାନଙ୍କୁ ହସ୍ତାନ୍ତର କାରାଯାଇଛି।


ବିଜେପୁର ପୋଲିସର ଏହି ପଦକ୍ଷେପକୁ ଦେଖି ସାଧାରଣ ଜନତା ବିଜେପୁର ଥାନାକୁ ଭୁୟସୀ ପ୍ରଶଂସା କରିଛନ୍ତି। ଏହା ପୋଲିସ-ଜନସମ୍ପର୍କର ଏକ ସୁନ୍ଦର ଦୃଷ୍ଟାନ୍ତ ସୃଷ୍ଟି କରିଛି। ଏହି ସନ୍ଦର୍ଭରେ ବିଜେପୁର ASI ଭଗତ ବେହେରା  ଜନସାଧାରଣଙ୍କୁ ସଚେତନ କରି କହିଛନ୍ତି ଯେ, ଯଦି କାହାରି ମୋବାଇଲ ଫୋନ ଚୋରି, ଲୁଟ କିମ୍ବା ହଜିଯାଏ, ସେମାନେ ଅତିଶୀଘ୍ର  ନିକଟସ୍ଥ ଥାନାରେ ଅଭିଯୋଗ କରିବା ଅତ୍ୟାବଶ୍ୟକ। ଏହାସହିତ CEIR ପୋର୍ଟାଲ୍ ମାଧ୍ୟମରେ ଫୋନକୁ ବ୍ଲକ୍ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି। ଏହି ଉଦ୍ୟମ ପୋଲିସ ପକ୍ଷରୁ ସାଧାରଣଙ୍କ ପ୍ରତି ନିଷ୍ଠା ଓ ଦାୟିତ୍ୱବୋଧକୁ ପ୍ରକାଶ କରୁଛି।

ଆସନ୍ତୁ ଜାଣିବା କିପରି ଆପଣ ଚୋରି ହୋଇଥିବା, ଲୂଟ ହୋଇଥିବା କିମ୍ବା ହଜିଯାଇଥିବା ମୋବାଇଲ ଫୋନ କୁ ଆପେ ଆପେ ଫେରି ପାଇବେ I ଏଥିପାଇଁ ନିମ୍ନ ରେ ଦିଆଯାଇଥିବା ଭିଡିଓ କୁ ଅନୁସରଣ କରନ୍ତୁ  I


Report- Sushanta Sahu

Talpadar TV


No comments:

Post a Comment

Post Bottom Ad

Pages