ଅଦା, ହଳଦୀ ଓ ପାମ୍ ତେଲର ସହାୟତା ରାଶି ବୃଦ୍ଧି କର :-ପ୍ରଦୀପ ପୁରୋହିତ - Talpadar TV

Breaking

Home Top Ad

Post Top Ad

Tuesday, August 5, 2025

ଅଦା, ହଳଦୀ ଓ ପାମ୍ ତେଲର ସହାୟତା ରାଶି ବୃଦ୍ଧି କର :-ପ୍ରଦୀପ ପୁରୋହିତ



ଅଦା, ହଳଦୀ ଓ ପାମ୍ ତେଲର ସହାୟତା ରାଶି ବୃଦ୍ଧି କର :-ପ୍ରଦୀପ ପୁରୋହିତ

ବିଜେପୁର :-ଅଦା, ହଳଦୀ ଓ ପାମ୍ ତେଲର ସହାୟତା ରାଶି ବୃଦ୍ଧି କରିବାକୁ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ଦାବି । ଏନେଇ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜସିଂହ ଚୌହ୍ୱାନଙ୍କ ନିକଟରେ ଏଭଳି ଦାବି ଉପସ୍ଥାପନ କରିଛନ୍ତି ବରଗଡ଼ ସାଂସଦ । ଓଡ଼ିଶାରେ ମସଲା ବିକାଶ ଓ ପାମ୍ ତେଲ କ୍ଷେତ୍ରର ବିକାଶମୂଳକ କାର୍ଯ୍ୟକ୍ରମରେ ଆସୁଥିବା ସହାୟତା ରାଶି ବୃଦ୍ଧି କରାଯାଉ । ଓଡ଼ିଶାରେ ମସଲା ବିକାଶ କାର୍ଯ୍ୟକ୍ରମରେ ଅଦା ଓ ହଳଦୀ ଏବଂ ପାମ୍ ତେଲ କ୍ଷେତ୍ରରେ ବିସ୍ତାର କାର୍ଯ୍ୟକ୍ରମ ଉଭୟ ଅତ୍ୟନ୍ତ ମହତ୍ଵପୂର୍ଣ୍ଣ ଯୋଜନା । ଏହା କୃଷକଙ୍କ ଆମଦାନୀ ବଢାଇବା ସହ କୃଷି କ୍ଷେତ୍ରରେ ଆତ୍ମନିର୍ଭର କରିବା ଦିଗରେ ନିର୍ଣ୍ଣାୟକ ସହାୟକ ହୋଇପାରିବ ବୋଲି କହିଛନ୍ତି ପ୍ରଦୀପ ପୁରୋହିତ । ଏହି ଦୁଇ କ୍ଷେତ୍ରରେ ଦିଆଯାଉଥିବା ସହାୟତା ରାଶିକୁ ଯଥାଶୀଘ୍ର ବୃଦ୍ଧି କରାଯାଉ ବୋଲି ପ୍ରସ୍ତାବ ଦେଇଛନ୍ତି ପ୍ରଦୀପ ପୁରୋହିତ । ଯାହାଦ୍ବାରା ଅଧିକରୁ ଅଧିକ ଚାଷୀ କେନ୍ଦ୍ରୀୟ ଯୋଜନାରେ ଯୋଡ଼ି ହେବା ସହ ଏହାର ଲାଭ ଉଠାଇପାରିବେ ବୋଲି କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହ୍ଵାନଙ୍କୁ ଅନୁରୋଧ କରିଛନ୍ତି ପ୍ରଦୀପ ପୁରୋହିତ । ଓଡ଼ିଶାରେ ଲକ୍ଷାଧିକ ଚାଷୀଙ୍କ ହିତ ନେଇ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଭେଟିଛନ୍ତି ପ୍ରଦୀପ ପୁରୋହିତ । ସେ କହିଛନ୍ତି ରାଜ୍ୟରେ ଅଦା, ହଳଦୀ ଭଳି ମସଲା ଏବଂ ପାମ୍ ତେଲ ଏକ ବ୍ୟବସାୟୀକ ଫସଲ ମଧ୍ୟରେ ବେଶ ଗୁରୁତ୍ବ ବହନ କରୁଛି । କିନ୍ତୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ବାରା ଦିଆଯାଉଥିବା ଆୟ ସହାୟତା ବର୍ତ୍ତମାନ ସମୟରେ ଆବଶ୍ୟକତା ଠାରୁ ଢେର୍ କମ ବୋଲି ସେ କହିଛନ୍ତି । ଓଡ଼ିଶାର ୩୦ ଜିଲ୍ଲାର ମସଲାର ଉତ୍ପାଦନ, ବିଶେଷକରିଅଦା ଏବଂ ହଳଦୀର ଉତ୍ପାଦନ ବହୁଳ ପରିମାଣରେ କରାଯାଉଛି । ବର୍ତ୍ତମାନ ଏନଏଚଏମ୍ ଜରିଆରେ ଅଦା ଓ ହଳଦୀ ଚାଷ ପାଇଁ ହେକ୍ଟର ପିଛା ୧ ଲକ୍ଷ ନିର୍ଦ୍ଧାରିତ କରାଯାଇଛି । ଯାହାମଧ୍ୟରୁ ଚାଷୀଙ୍କୁ କେବଳ ୪୦ ହଜାର ଟଙ୍କା ସବସିଡି ପ୍ରଦାନ କରାଯାଉଛି । କିନ୍ତୁ ଜମିକୁ ଜଳସେଚନ, ମଂଜି, ସାର, କୀଟନାଶକ, ପାଣି ସୁବିଧା, ଶ୍ରମିକ, ଭଣ୍ଡାରଘର ଏବଂ ପରିବହନରେ ବଢ଼ୁଥିବା ଖର୍ଚ୍ଚ ବାସ୍ତବ ଠାରୁ ଢେର ଅଧିକ । ଏକ ହେକ୍ଟରରେ ପ୍ରାୟ ଅଢ଼େଇ ଲକ୍ଷର ୩ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ଏଭଳିସ୍ଥଳେ ୪୦ ହଜାର ଟଙ୍କା ସବ୍‌ସିଡି ଚାଷୀଙ୍କ ପାଇଁ ବହୁଗଣ୍ୟ ବୋଲି ମନେ ହେଉଥିବା କହିଛନ୍ତି ବରଗଡ଼ ସାଂସଦ । ତେଣୁ ଏହି ଯୋଜନାରେ ଆସୁଥିବା ସହାୟତା ରାଶିକୁ ତିନି ଗୁଣ ପର୍ଯ୍ୟନ୍ତ ବୃଦ୍ଧି କରି ହେକ୍ଟର ପିଛା ୧ ଲକ୍ଷ ୨୦ ହଜାର ପର୍ଯ୍ୟନ୍ତ ଦିଆଯାଉ ବୋଲି ସାଂସଦ ଅନୁରୋଧ କରିଛନ୍ତି । ଏହାଦ୍ବାରା ଚାଷୀଙ୍କ ମନୋବଳ ବଢ଼ିବା ସହ ମସଲା ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରତା ଦିଗରେ ଗତିଶୀଳ ହୋଇପାରିବ । ସେହିଭଳି ପାମ୍ ତେଲ ଚାଷ ପାଇଁ ରାଜ୍ୟରେ ଚାଷୀଙ୍କୁ କେନ୍ଦ୍ରୀୟ ଯୋଜନାରେ ପ୍ରୋତ୍ସାହନ ଦିଆଯାଉଛି । ହେଲେ ଚାଷୀଙ୍କୁ ସହାୟତା ରାଶି ବହୁତ କମ ମିଳୁଛି । ପାମ୍ ତେଲ କ୍ଷେତ୍ରରେ ଗଛ ଲଗାଇବାଠାରୁ ଆରମ୍ଭ କରି ଫଳ ହେବା ପର୍ଯ୍ୟନ୍ତ ଗୋଟିଏ ଲମ୍ବା ସମୟ ଲାଗିଥାଏ । ଏହି ପାମ୍ ତେଲ ମିସନକୁ ସଫଳ କରିବାକୁ ହେଲେ ସ୍ବଦେଶୀ ଚାରା କ୍ଷେତ୍ରରେ ୨୦ ହଜାରରୁ ୨୭ ହଜାର ଓ ଆଧୁନିକ ଚାରା ପାଇଁ ୨୯ ହଜାରରୁ ୩୯ ହଜାରକୁ ବୃଦ୍ଧି କରାଯାଉ ବୋଲି ସେ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି । ଏ ଦିଗରେ କେନ୍ଦ୍ର ସରକାର ଖୁବଶୀଘ୍ର ବଡ଼ ନିଷ୍ପତ୍ତି ନେବେ ବୋଲି ପ୍ରଦୀପ ପୁରୋହିତ ଆଶା ରଖୁଛନ୍ତି ।

ରିପୋର୍ଟ - ସୁଶାନ୍ତ ସାହୁ

ତାଳପଦର ଟିଭି

No comments:

Post a Comment

Post Bottom Ad

Pages