ପେନସନ ଦାବି ନେଇ 662 କଲେଜ ସଂଘ ବରଗଡ ଜିଲ୍ଲାପାଳଙ୍କୁ ଭେଟିଲେ - Talpadar TV

Breaking

Home Top Ad

Post Top Ad

Thursday, August 7, 2025

ପେନସନ ଦାବି ନେଇ 662 କଲେଜ ସଂଘ ବରଗଡ ଜିଲ୍ଲାପାଳଙ୍କୁ ଭେଟିଲେ

 




ପେନସନ ଦାବି ନେଇ 662 କଲେଜ ସଂଘ ବରଗଡ ଜିଲ୍ଲାପାଳଙ୍କୁ ଭେଟିଲେ

ବରଗଡ, ଅଗଷ୍ଟ 6 ll ବରଗଡ ଜିଲ୍ଲାର 662 ବର୍ଗର କଲେଜ ଅଧ୍ୟାପକ ଓ କର୍ମଚାରୀ ମାନେ ରାଜ୍ୟ ସଂଘ ର ଆହ୍ଵାନ କ୍ରମେ ପେନସନ ଦାବି କରି ବରଗଡ ଜିଲ୍ଲାପାଳ ଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ନିଜର ନ୍ୟାୟ ଦାବି ଜଣାଇଛନ୍ତି। ବରଗଡ଼ ଜିଲ୍ଲାରେ 662 ବର୍ଗର 30ଟି କଲେଜ ଅଛି, ଯେଉଁଥିରେ  500 ରୁ ଅଧିକ କର୍ମଚାରୀ କାର୍ଯ୍ୟରତ ଅଛନ୍ତି।ଓଡ଼ିଶାର ଶିକ୍ଷା ବ୍ୟବସ୍ଥାର ଉନ୍ନତିରେ 662 ଶ୍ରେଣୀର କଲେଜ ଅଧ୍ୟାପକ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହା କହିଲେ ଅତ୍ୟୁକ୍ତି ହେବ ନାହିଁ ଯେ ସେମାନେ ଓଡ଼ିଶା ଶିକ୍ଷା ର ବିକାଶର ଅଗ୍ରଦୂତ। ଏହି କଲେଜ ମାନେ ଅଧିକାଂଶ ଗ୍ରାମାଞ୍ଚଳରେ ନିର୍ମିତ, ଏବଂ ଓଡ଼ିଶାର 70% ଛାତ୍ରଛାତ୍ରୀ ଏହିପରି କଲେଜଗୁଡିକରେ ଅଧ୍ୟୟନ କରୁଛନ୍ତି। ତଥାପି ମଧ୍ୟ ସେମାନେ ଦୀର୍ଘ 30 ବର୍ଷ ଧରି ଚାକିରି ସର୍ତ୍ତାବଳୀ ପାଇଁ ସଂଘର୍ଷ କରୁଛନ୍ତି। ଦୀର୍ଘ ଆନ୍ଦୋଳନ ପରେ ଦରମା ମିଳିଥିଲେ ମଧ୍ୟ, ବର୍ତ୍ତମାନ ସେମାନେ ପେନ୍ସନ ପାଇଁ ଆନ୍ଦୋଳନ କରିବାକୁ ବାଧ୍ୟ ହେଉଛନ୍ତି। ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବର୍ତ୍ତମାନର ନିୟମ ଅନୁଯାୟୀ ଅବସର ନେବା ପରେ (60 ବର୍ଷରେ) ସେମାନଙ୍କୁ କୌଣସି ପେନ୍ସନ ମିଳୁନାହିଁ। ଚାକିରି ସରିଗଲେ ଦରମା ବନ୍ଦ — ଏହି ପରିସ୍ଥିତିରେ ସେମାନେ ତାଙ୍କ ପରିବାରକୁ କିପରି ଚାଲାଇବେ? ଏହା ନିଶ୍ଚୟ ଦୁଃଖଦ ଏବଂ ଚିନ୍ତାଜନକ I ଏଥିପାଇଁ, ରାଜ୍ୟ ସଂଘର ନିଷ୍ପତ୍ତି ଅନୁଯାୟୀ, ବର୍ତ୍ତମାନ ବରଗଡ଼ ଜିଲ୍ଲାର ଅନେକ ଅଧ୍ୟାପକ ଓ କର୍ମଚାରୀ ବରଗଡ଼ ଜିଲ୍ଲାପାଳଙ୍କ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ନିଜର ନ୍ୟାର୍ଯ୍ୟ ଦାବି ଉପସ୍ଥାପନ କରିଛନ୍ତି।


ରିପୋର୍ଟ - ସୁଶାନ୍ତ ସାହୁ

ତାଳପଦର ଟିଭି

No comments:

Post a Comment

Post Bottom Ad

Pages