ସମାଜର ସର୍ବାଙ୍ଗୀନ ହିତ ସାମ୍ବାଦିକର ଏକମାତ୍ର ଲକ୍ଷ୍ୟ ହେବା ଉଚିତ - Talpadar TV

Breaking

Home Top Ad

Post Top Ad

Thursday, August 7, 2025

ସମାଜର ସର୍ବାଙ୍ଗୀନ ହିତ ସାମ୍ବାଦିକର ଏକମାତ୍ର ଲକ୍ଷ୍ୟ ହେବା ଉଚିତ

 




ସମାଜର ସର୍ବାଙ୍ଗୀନ ହିତ ସାମ୍ବାଦିକର ଏକମାତ୍ର ଲକ୍ଷ୍ୟ ହେବା ଉଚିତ

ବରଗଡ :-ସମାଜର ସର୍ବାଙ୍ଗୀନ ହିତ ସାମ୍ବାଦିକର ଏକମାତ୍ର ଲକ୍ଷ୍ୟ ହେବା ଉଚିତ । ଏହା ସାଙ୍ଗକୁ ସମ୍ବାଦ ପରିବେଷଣ ସମୟରେ ସାମ୍ବାଦିକକୁ ନିଜର ଉଭୟ ବେଗ ଓ ଦିଗ ଉପରେ ନିୟନ୍ତ୍ରଣ ରଖିବା ଦରକାର ବୋଲି ସାପ୍ତାହିକ ଖବର କାଗଜ ‘ଗଣ ଇସ୍ତାହାର’ର ୪୫ତମ ଜୟନ୍ତୀ ସମାରୋହରେ ଅତିଥି ବକ୍ତାମାନେ କହିଛନ୍ତି । ଗଣ ଇସ୍ତାହାର ଟ୍ରଷ୍ଟର ଅଧ୍ୟକ୍ଷ ପ୍ରଦୀପ ହୋତାଙ୍କ ସଭାପତିତ୍ୱ ଓ ସମ୍ପାଦକ ପ୍ରସନ୍ନ କୁମାର ମିଶ୍ରଙ୍କ ସଂଯୋଜନାରେ ବରଗଡ଼ ମହିଳା ସମିତି ସଭା ଗୃହରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟବକ୍ତା ଭାବରେ ବରଗଡ଼ ପାର୍ବତୀ ଗିରି ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ.ରବୀନ୍ଦ୍ର ଗଡତିଆ ଏବଂ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ଶଙ୍କର ବଲ୍ଲଭ ମିଶ୍ର, ସାହିତ୍ୟିକ, କବି ମନୋରଞ୍ଜନ ସାହୁ, ସମାଜସେବୀ ଚନ୍ଦ୍ରଶେଖର ବାଗ, ବରିଷ୍ଠ ଆଇନଜୀବୀ ଶିରିଶ ବଲ୍ଲଭ ମିଶ୍ର ଓ ଶ୍ୟାମ ସୁନ୍ଦର ଅଗ୍ରୱାଲ ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଡ଼. ଗଡତିଆ ଉଦବୋଧନ ଦେଇ କହିଲେ ଯେ, ତୋଷାମଦ ଓ ସ୍ତାବକତା ସାମ୍ବାଦିକର ଧର୍ମ ନୁହେଁ । ନିଜର ପସନ୍ଦ ନାପସନ୍ଦ, ଆଗ୍ରହ ଦୁରାଗ୍ରହରୁ ଉପରକୁ ଉଠି ଏକ ସୁସଂହତ ଶୃଙ୍ଖଳିତ ସମାଜ ପାଇଁ ସମ୍ବାଦପତ୍ର ସହ ସଂପୃକ୍ତ ସମସ୍ତଙ୍କୁ କାର୍ଯ୍ୟକରିବାକୁ ହେବ । ସମାଜର ହିତ ହିଁ ଏକମାତ୍ର ଲକ୍ଷ୍ୟ । ଆତ୍ମସଂଯମ, ନୈତିକ ମୂଲ୍ୟବୋଧ ଓ ଉଦାରତା ଜଣେ ସୁସାମ୍ବାଦିକର ଆକାଂକ୍ଷିତ ଗୁଣ ବୋଲି ସେ କହିଥିଲେ । ଗଣ ଇସ୍ତାହାରର ସମ୍ପାଦକ ପ୍ରସନ୍ନ ମିଶ୍ର ସ୍ଵାଗତ ଭାଷଣରେ ପତ୍ରିକା ଦୀର୍ଘ ୪୪ ବର୍ଷର ସଂଘର୍ଷମୟ ଯାତ୍ରା କାଳରେ ନିଜର ଲକ୍ଷ୍ୟକୁ ସ୍ଥିର ଓ ମୂଲ୍ୟବୋଧକୁ ବଜାୟ ରଖି ପାରିଛି ଏବଂ ଜନସାଧାରଣଙ୍କ ଆସ୍ଥା, ପାଠକ ପାଠିକାମାନଙ୍କ ସ୍ନେହ ସଦିଚ୍ଛା ହିଁ ଆମର ସଂପତ୍ତି ବୋଲି କହିଥିଲେ । ଏହି ଅବସରରେ ସ୍ଵାଧୀନତା ସଂଗ୍ରାମୀମାନଙ୍କ ସ୍ମୃତିରେ ଉତ୍ସର୍ଗିତ ଗଣ ଇସ୍ତାହାରର ୪୫ତମ ଜୟନ୍ତୀ ବିଶେଷାଙ୍କକୁ ସମାଜସେବୀ କନକ ପ୍ରଧାନ ଉନ୍ମୋଚନ କରିଥିଲେ । ସାମ୍ବାଦିକତା କ୍ଷେତ୍ରରେ ଉତ୍ସର୍ଗୀତ ଯୋଗଦାନ ପାଇଁ ସାମ୍ବାଦିକ ରତ୍ନମଣି ଶତପଥୀ, ନିରୋଜ ପାଣୀ, ଗୋରେଖ ନାଥ ବରିହା, ବଳରାମ ପ୍ରଧାନ, ଅଭିମନ୍ୟୁ ପଧାନ, ସୁରେନ୍ଦ୍ର କଠାର, ମନୋହର ଦାଶ, ଚନ୍ଦ୍ରମଣି ବେହେରା, ନବ ଦାଶ, ରମେଶ ପଧାନ ଏବଂ ଲେଖକ ଉତ୍ପନ୍ନ ଭୋଇଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ସସ୍ମିତା ପଟ୍ଟନାୟକ, ପ୍ରଣତି ପଣ୍ଡା, ସୌଭାଗ୍ୟ ଲକ୍ଷ୍ମୀ ମିଶ୍ର, ଶ୍ୱାଧିନୀ ଦାଶ, ସୁଷମା ପଣ୍ଡା ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ I


ରିପୋର୍ଟ- ସୁଶାନ୍ତ ସାହୁ ଭି

ତାଳପଦର ଟିଭି  





No comments:

Post a Comment

Post Bottom Ad

Pages