ରାଜ୍ୟରେ ରାସାୟନିକ ୟୁରିଆ ସାର ସଙ୍କଟ ଏବଂ କଳାବଜାରୀ ଦିନକୁ ଦିନ ଗଭୀର ରୂପ ନେଉଛି। କୃଷକ ସଂଗଠନ ର କହିବା ଅନୁସାରେ ସରକାର ପ୍ରଚୁର ପରିମାଣରେ ସାର ଯୋଗ ଯାଇଛି ବୋଲି କହୁଥିବା ବେଳେ ଚାଷୀମାନେ ଠିକ ସମୟରେ ସାର ପାଇପାରୁନାହାନ୍ତି। ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସାର ର ଅଭାବ ନଥିବା କହୁଥିବାବେଳେ ଚାଷୀମାନେ ସାର ପାଇବା ପାଇଁ ବାରମ୍ବାର ଆନ୍ଦୋଳନ କରୁଛନ୍ତି। ଜିଲ୍ଲାରେ 33 ହଜାର ମେଟ୍ରିକ ଟନ ୟୁରିୟା ସାର ଆବଶ୍ୟକ ହେବାକୁ ପୂର୍ବରୁ ଅନୁମାନ କରାଯାଇଥିଲା। ବର୍ତ୍ତମାନ 32 ହଜାର ମେଟ୍ରିକ ଟନ ସରକାର ପଠାଇଥିବା ସତ୍ବେ ଆହୁରି 10 ହଜାର ମେଟ୍ରିକ ଟନ ସାର ଆବଶ୍ୟକ ପଡ଼ିପାରେ ବୋଲି କୃଷକ ସଂଗଠନ ଦାବି କରୁଛି। ଏହି ପରିସ୍ଥିତି ରେ ଚାଷୀ ମାନଙ୍କ ପ୍ରଶ୍ନ - ଏତେ ସାର ଯାଉଛି କୁଆଡେ?
ଆଜି ଘେଁସ ସୋସାଇଟି ଅଧିନସ୍ତ ଚାଷୀମାନେ ୟୁରିଆ ସାର ସଙ୍କଟ କୁ ଦେଖି ଉତେଜିତ ହୋଇ ଉଠିଥିଲେ I ସେମାନେ ଘେଁସ ରାସ୍ତା ଦେଇ ଅନ୍ୟ ସୋସାଇଟି ମାନଙ୍କୁ ଯାଉଥିବା ସାର ବୋଝାଇ ତିନୋଟି ଟ୍ରକ କୁ ରୋକିଥିଲେ। ଏହି ଖବର ପାଇ ପୋଲିସ, ଏ ଆର ଗୋପାଳ ପୃସେଠ, କୃଷି ଅଧିକାରୀ ସୋହେଲା ଅଭିଷେକ ଅଗ୍ରୱାଲ ଏବଂ ତହସିଲଦାର ଶୁଭରଞ୍ଜନ ନାୟକ ଆନ୍ଦୋଳନରତ କୃଷକ ମାନଙ୍କ ପାଖକୁ ଆସି ଦୀର୍ଘ 3 ଘଣ୍ଟା ବୁଝାସୁଝା କରିବା ପରେ ସମାଧାନ ର ସୂତ୍ର ବାହାରିଥିଲା। ଘେଁସ ସୋସାଇଟି କୁ ଆବଶ୍ୟକ କରୁଥିବା ୟୁରିୟା ସାର ଆଜି 680 ପକେଟ ଏବଂ ପରେ ପର୍ଯ୍ୟାୟ କ୍ରମରେ ସବୁ ସାର ଦେବା ପାଇଁ ପ୍ରତିଶୃତି ଦେଇଥିଲେ ଏବଂ ତୁରନ୍ତ ଆସିଥିବା ସାର ବଣ୍ଟନ ମଧ୍ୟ ହେବାରୁ ରୋକାଯାଇଥିବା ସାର ଟ୍ରକ କୁ ଚାଷୀମାନେ ଛାଡି ଦେଇଥିଲେ। ଏହି ଆନ୍ଦୋଳନ ର ନେତୃତ୍ବ ନେଇଥିଲେ ସଭାପତି ମୁରଲୀ ଭୋଇ, ପ୍ରେମରାଜ ସାହୁ, କିଞ୍ଜବିହାରୀ ପଧାନ, ସୁଶାନ୍ତ ସାହୁ, ଉମାକାନ୍ତ ଭୋଇ, ଜୟଦେବ ସାହୁ, ଜଗବନ୍ଧୁ ସାହୁ, ଶ୍ୟାମଲାଲ ସାହୁ, ଯୁବରାଜ ପରଧିଆ ଏବଂ ସଂଯୁକ୍ତ କୃଷକ ସଂଗଠନ ଉପଦେଷ୍ଟା ରମେଶ ମହାପାତ୍ର, ସୁରେଶ ନିକେଣ୍ଟି I ସେମାନଙ୍କ ସହ ଶହଶହ ଚାଷି ଏହି ଆନ୍ଦୋଳନରେ ଯୋଗଦେଇଥିଲେ। ଠିକ ସମାନ ଢଙ୍ଗରେ ଛୁରିଆପାଲି ପଞ୍ଚାୟତ ର ଚାଷୀମାନେ ମଧ୍ୟ ପଦ୍ମପୁର ସୋସାଇଟି କୁ ଯାଉଥିବା ଟ୍ରକ ଅଟକାଇ ଆନ୍ଦୋଳନ କରୁଥିବାରୁ ଚାଷୀମାନଙ୍କ ପାଖକୁ ତହସିଲଦାର ଏବଂ କୃଷି ଅଧିକାରୀ ପହଂଚି ଆଲୋଚନା କରିଥିଲେ। ହେଲେ ଆଲୋଚନା ବିଫଳ ହୋଇଥିଲା I ଚାଷୀମାନଙ୍କ ଗୋଟିଏ ଦାବୀ ଥିଲା, ଆମେ ସାର ନ ପାଇଲେ ଟ୍ରକକୁ ଛାଡ଼ିବୁ ନାହିଁ I ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ 380 ପକେଟ ସାର ଆସିବାରୁ ରୋକିଥିବା ରଖିଥିବା ଟ୍ରକକୁ ଚାଷୀମାନେ ଛାଡିଦେଇଥିଲେ I
Report- Sushanta Sahu
Talpadar TV
No comments:
Post a Comment