ପଥର୍ଲା–ଦର୍ଲିପାଲିରେ ବନବିଭାଗର ଚଢ଼ାଉ, ବେଆଇନ ଗଛମିଲ ଜବତ - Talpadar TV

Breaking

Tuesday, September 9, 2025

ପଥର୍ଲା–ଦର୍ଲିପାଲିରେ ବନବିଭାଗର ଚଢ଼ାଉ, ବେଆଇନ ଗଛମିଲ ଜବତ

 


ସ୍ଥାନ ଓ ତାରିଖ

ପଥର୍ଲା, 09.09.2025

ଆଜି ବରଗଡ଼ ଜିଲ୍ଲା ବିଜେପୁର ବ୍ଲକର ପଥର୍ଲା ପଞ୍ଚାୟତ ଅଧୀନସ୍ଥ ଦର୍ଲିପାଲି ଗ୍ରାମରେ ଆଜି ଘେଁସ ବନବିଭାଗ ପକ୍ଷରୁ ଚଢ଼ାଉ କରାଯାଇ, ବେଆଇନ ଭାବରେ ଚାଲୁଥିବା ଗଛମିଲ ଜବତ କରାଯାଇଛି। ବିଶ୍ୱସ୍ଥ ସୂତ୍ର ମାଧ୍ୟମରେ ବନବିଭାଗ କୁ ସୂଚନା ମିଳିଥିଲା ଯେ, ଦର୍ଲିପାଲିରେ ଅବୈଧ ଭାବରେ କରତ କଳ (ଗଛମିଲ) ଚାଲୁ ରହିଛି। ସେହି ସୂଚନାର ଆଧାରରେ, ବନବିଭାଗର ଏକ ଦଳ ଏହାଉପରେ ଚଢ଼ାଉ କରିଥିଲା। ହେଲେ ମିଲ ସହିତ ସମ୍ପୃକ୍ତ ବ୍ୟକ୍ତିମାନେ ପୂର୍ବାଭାସ ପାଇ, ଘଟଣା ସ୍ଥଳରୁ ପଳାୟନ କରିବାରେ ସଫଳ ହୋଇଥିବାରୁ ଏଥିରେ ସମ୍ପୃକ୍ତ କୌଣସି ବ୍ୟକ୍ତିଙ୍କୁ ଗିରଫ କରିବା ସମ୍ଭବ ହୋଇପାରିନଥିଲା। ଘଟଣାସ୍ଥଳରୁ ବନବିଭାଗ ପାୱାର ଟ୍ରିଲର ମେସିନ, ବ୍ୟବହୃତ ଯନ୍ତ୍ରାଂଶ, ଓ ଉକ୍ତ ସ୍ଥାନରେ ପଡ଼ିଥିବା ଗଛ ଗଣ୍ଡି ଜବତ କରିଛି ବୋଲି ଘେଁସ ବନବିଭାଗର ର ଫରେଷ୍ଟର ଚିନ୍ମୟ ପଧାନ ସୂଚନା ଦେଇଛନ୍ତି I


Report- Sushanta Sahu

Talpadar TV

ଯେକୌଣସି ନ୍ୟୂଜ୍ ଦେବାପାଇଁ ଆମ ପ୍ରତିନିଧି ଙ୍କୁ ଯୋଗାଯୋଗ କରନ୍ତୁ - Mob-9439493184

ଯଦି ଆମର ନ୍ୟୁଜ ଆପଣଙ୍କୁ ଭଲ ଲାଗୁଛି ତାହେଲେ ନିଜ ସାଙ୍ଗ ସାଥୀଙ୍କୁ ସେୟାର କରନ୍ତୁ ଓ ଆମର ୱେବସାଇଟ କୁ SUBSCRIBE କରନ୍ତୁ I 

ଯଦି ଆମ ୱେବସାଇଟ ରେ କୌଣସି ବିଜ୍ଞାପନ ଦେଖାଇବା ପାଇଁ ଚାଁହୁଛନ୍ତି ଆମ ପ୍ରତିନିଧିଙ୍କୁ ସମ୍ପର୍କ କରନ୍ତୁ I

No comments:

Post a Comment

Post Bottom Ad

Pages