ବରଗଡ଼ ଜିଲ୍ଲାର ବିଜେପୁର ବ୍ଲକ୍ ଅଧୀନସ୍ଥ ତଳପଦର ଗ୍ରାମ ପଂଚାୟତ ର ବଜାର ଦୀର୍ଘବର୍ଷ ଧରି ଚଲିଆସୁଅଛି। ପ୍ରତ୍ୟେକ ମଙ୍ଗଳବାର ଏଠାରେ ବଜାର ବସେ, ଯେଉଁଠାରେ ହଜାର ହଜାର ଲୋକ ଏକତ୍ରିତ ହୁଅନ୍ତି। କେବଳ ସ୍ଥାନୀୟମାନେ ନୁହେଁ, ଦୂରଦୂରାନ୍ତରୁ ମଧ୍ୟ ବ୍ୟବସାୟୀ ଓ କ୍ରେତାମାନେ ଆସିଥାନ୍ତି । ତାଳପଦର ସହିତ ବାରଗୁଡ଼ା, ମୁଣ୍ଡୋମାହୁଲ, ଏମ୍ ଶ୍ରୀଗୀଡ଼ା, ଜେ ଶ୍ରୀଗିଡ଼ା, ସାନ୍ ବାଉଁସେନ, ବୁରୋମାଲ, ଝାଲପାଲି ପରି ଆଖପାଖ ର ଅନେକ ଗ୍ରାମର ଲୋକମାନେ ଏହି ବଜାର ଉପରେ ନିର୍ଭରଶୀଳ । ସବୁ ପ୍ରକାର ଦୈନନ୍ଦିନ ଆବଶ୍ୟକ ସାମଗ୍ରୀ ଓ ବିଭିନ୍ନ ବ୍ୟବସାୟୀକ କାରବାର ଏଠାରେ ହୋଇଥାଏ।
କିନ୍ତୁ ଏତେ ବଡ଼ ବଜାର ହେବାସତ୍ତ୍ୱେ, ସବୁଠୁ ବଡ଼ ଦୁଃଖର କଥା ହେଲା—ଏଠାରେ ପିଇବା ପାଣିର କୌଣସି ସୁବିଧା ନାହିଁ। ଟାଙ୍କି, ବୋରୱେଲ କିମ୍ବା ସରକାରୀ ପାଣି ଯୋଗାଣ ସୁବିଧା ନଥିବାରୁ, ଶହଶହ ଲୋକ ଅସୁବିଧା ର ସମ୍ମୁଖୀନ ହୁଅନ୍ତି । ବିଶେଷକରି ଗ୍ରୀଷ୍ମରୁତୁରେ ସମସ୍ୟା ଅତ୍ୟଧିକ ଗମ୍ଭୀର ହୋଇଯାଏ । ପିଲା, ବୃଦ୍ଧ ଓ ମହିଳାମାନେ ସବୁଠୁ ବେଶୀ କଷ୍ଟରେ ପଡ଼ନ୍ତି । ଦୂର ଦୂରାନ୍ତ ରୁ ଆସୁଥିବା ଗ୍ରାହକ ଓ କ୍ରେତା ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୁଅନ୍ତି l ସେମାନେ ବାଧ୍ୟ ହୋଇ ବୋତଲ ପାଣି କିଣନ୍ତି ମାତ୍ର ସମସ୍ତଙ୍କ ପକ୍ଷରେ ବୋତଲ ପାଣି କିଣିବା ସମ୍ଭବ ହୁଏ ନାହିଁ l ପାଣି ଏକ ମୌଳିକ ଆବଶ୍ୟକତା ହୋଇଥିବା ସତ୍ତ୍ୱେ ଏ ଯାଏଁ ପ୍ରଶାସନ ର ନିଦ ଭାଙ୍ଗିନାହିଁ l
ଖବରକାଗଜ ଓ ସାମାଜିକ ଗଣମାଧ୍ୟମରେ ବାରମ୍ବାର ଏହି ଖବର ପ୍ରସାରିତ ହେଲାପରେ ମଧ୍ୟ, ପଂଚାୟତ କିମ୍ବା ବ୍ଲକ୍ ପ୍ରଶାସନ ତରଫରୁ କୌଣସି ସ୍ଥାୟୀ ପଦକ୍ଷେପ ନିଆଯାଇନାହିଁ। ସମସ୍ତଙ୍କ ଆଶା ପ୍ରଶାସନ ଶୀଘ୍ର ନିଦ୍ରାରୁ ଉଠିବ ଓ ଏହି ସମସ୍ୟା ର ସମାଧାନ କରିବ l ଏନେଇ ସ୍ଥାନୀୟ ଲୋକମାନେ ମଧ୍ୟ ଆଶା କରିଛନ୍ତି ଯେ —ପଂଚାୟତ, ବ୍ଲକ୍ ପ୍ରଶାସନ ଓ ଜନ ସ୍ୱାସ୍ଥ୍ୟ ବିଭାଗ ଏହି ସମସ୍ୟାକୁ ଗୁରୁତ୍ୱର ସହିତ ନେଇ, ସ୍ଥାୟୀ ଭାବରେ ପିଇବା ପାଣି ସୁବିଧା ସୁନିଶ୍ଚିତ କରିବେ।
Report- Sushanta Sahu
Talpadar TV
No comments:
Post a Comment