ଆଜିର ରାଶିଫଳ, 06 ସେପ୍ଟେମ୍ବର 2025 - Talpadar TV

Breaking

Home Top Ad

Post Top Ad

Saturday, September 6, 2025

ଆଜିର ରାଶିଫଳ, 06 ସେପ୍ଟେମ୍ବର 2025


 ୬ ସେପ୍ଟେମ୍ବର ୨୦୨୫ (ଶନିବାର)

🌸 ପର୍ବ ପର୍ବାଣୀ

ଅନନ୍ତ ଚତୁର୍ଦ୍ଦଶୀ, ଅନନ୍ତ ବ୍ରତ

ଶ୍ରୀ ଲିଙ୍ଗରାଜ ଦେବଙ୍କ ପ୍ରସ୍ୱ ପରିବର୍ତ୍ତନ ଉତ୍ସବ 

ଶିବ ଚତୁର୍ଦ୍ଦଶୀ, ବେଧ ପରିକ୍ରମା


🕉️ ଭାଦ୍ରବ ଶୁକ୍ଳପକ୍ଷ

ଆଜିର ପଞ୍ଜିକା

ରାଶି – ମକର ୧୧.୨୦ ଦିବାରେ କୁମ୍ଭରେ ପ୍ରବେଶ

ନକ୍ଷେତ୍ର – ଧନିଷ୍ଠା ରାତ୍ରି ୧୦.୫୪ ପର୍ଯ୍ୟନ୍ତ, ପରେ ଶତଭିଷା

ତିଥି – ଚତୁର୍ଦ୍ଦଶୀ, ପୂର୍ଣ୍ଣିମା ରାତ୍ରି ୧.୪୧ରେ

ଯୋଗ – ଅତିଗଣ୍ଡ ୧୧.୫୧ ଦିବା ପର୍ଯ୍ୟନ୍ତ, ପରେ ସୁକର୍ମା


✅ ଶୁଭ ସମୟ

ସକାଳ ୧୦.୧୨ – ମଧ୍ୟାହ୍ନ ୧୨.୫୮

ସନ୍ଧ୍ୟା ୮.୧୪ – ରାତ୍ରି ୧୦.୩୪


🚫 ଅଶୁଭ ସମୟ

ରାହୁକାଳ – ୮.୪୦ – ୧୦.୧୨ ପୂର୍ବାହ୍ନ

କାଳବେଳା – ୫.୩୫ – ୭.୦୮ ପୂର୍ବାହ୍ନ

ବାରବେଳା – ୧.୧୭ – ୨.୪୯ ଦିବା

 ଏହି ସମୟରେ କୌଣସି ଶୁଭକାମ କରିବା ଉଚିତ୍ ନୁହେଁ।


🔮 ରାଶିଫଳ


♈ ମେଷ – ପରିଶ୍ରମ ଅନୁସାରେ ଫଳ ମିଳିବ। ଧୈର୍ଯ୍ୟ ରଖନ୍ତୁ। କିଛି ନା କିଛି ଲାଭ ଆଜି ନିଶ୍ଚୟ ମିଳିବ। ପ୍ରଶଂସା ମିଳିବ। ଶୁଭ ରଙ୍ଗ – ନୀଳ। ଅପରାଜିତା ଫୁଲ ମହାଦେବଙ୍କୁ ଅର୍ପଣ କରନ୍ତୁ, ମଙ୍ଗଳ ହେବ।

♉ ବୃଷ – ବିଭିନ୍ନ ପ୍ରକାର କାମରେ ଆପଣଙ୍କ ସମୟ କଟିବ। ଶୁଭ ରଙ୍ଗ – କମଳା। ମିଠା ଫଳ ପ୍ରସାଦ ରୂପେ ଖାନ୍ତୁ ଓ ଅନ୍ୟଙ୍କୁ ଦିଅନ୍ତୁ।

♊ ମିଥୁନ – ଭାଗ୍ୟରେ ପରିବର୍ତ୍ତନ ଆସିପାରେ। ଯାତ୍ରା କରିବେ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ପୂଜାପାଠ ଭଲରେ ହେବ। ଉଚ୍ଚ ଲୋକଙ୍କ ସହ ମିଶିବେ। ବିଗଡ଼ିଯାଇଥିବା ସ୍ଥିତି ଆଜି ଠିକ୍ ହେଇଯିବ। ଆପଣଙ୍କ ପାଇଁ ବହୁତ ଭଲ ଦିନ। ଶୁଭ ରଙ୍ଗ – କମଳା। ଭଗବାନଙ୍କ ଚନ୍ଦନ ମଥାରେ ଲଗାନ୍ତୁ।

♋ କର୍କଟ – ଆପଣଙ୍କ ଜୀବନରେ ପରିବର୍ତ୍ତନ ଆସିବ। ଅର୍ଥ ପ୍ରାପ୍ତି ହେବ। ଧ୍ୟାନ କରିବେ। ପୂଜା ପାଠରେ ସମୟ ବିତିବ। ଅନେକ ସ୍ୱପ୍ନ ମଧ୍ୟ ଦେଖିବେ ଭବିଷ୍ୟତ ପାଇଁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଅଗ୍ନିରୁ ଦୂରେଇ ରୁହନ୍ତୁ। ଶୁଭ ରଙ୍ଗ – ଆକାଶୀ। ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।

♌ ସିଂହ –ବିଭିନ୍ନ ଲୋକଙ୍କ ସହ ମିଳିବେ। ନିଜ ପ୍ରେମିକ/ପ୍ରେମିକାଙ୍କୁ ନେଇ ଅନେକ କଥା ଚିନ୍ତା କରିବେ। ଘରକୁ ଅତିଥି ଆସିବେ। ଉଭୟ ମିଠା ଓ  ଖଟା  ଅନୁଭବ ହେବ। ଗଣେଶ ଭଗବାନଙ୍କୁ ରାଶି ଲାଡୁ ପ୍ରସାଦ ଚଢ଼ାଇ ବଣ୍ଟି ଦିଅନ୍ତୁ।

♍ କନ୍ୟା – ଶତ୍ରୁକୁ ଜୟ କରିବେ। ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେବ। କୌଣସି କାମକୁ ନେଇ ଆଜି ବିଚଳିତ ରହିବେ। ହଜମ ସମସ୍ୟା ଦେଖା ଦେଇପାରେ। ସମସ୍ୟାକୁ ସାମ୍ନା କରନ୍ତୁ। ଡରନ୍ତୁ ନାହିଁ। ଗଣେଶ ଭଗବାନଙ୍କୁ ରାଶି ଲାଡୁ ଚଢ଼ାଇ ବଣ୍ଟି ଦିଅନ୍ତୁ।

♎ ତୁଳା – ଆଜି ବହୁତ ଖୁସି ରହିବେ। ନିଜ କର୍ମ ଅନୁସାରେ ଆଜି କିଛି ପୁଣ୍ୟ କର୍ମର ଫଳ ମିଳିବ। ବିଗଡ଼ିଯାଇଥିବା ସ୍ଥିତିକୁ ସୁଧାରିବେ। ଅର୍ଥ ପ୍ରାପ୍ତି ହେବ। ଭଲ ଦିନ ବିତିବ। ଆଜିର ଶୁଭ ରଙ୍ଗ – କଳା। ମହାମୃତ୍ୟୁଞ୍ଜୟ ମନ୍ତ୍ର ଶୁଣନ୍ତୁ।

♏ ବୃଶ୍ଚିକ – ଆପଣଙ୍କ ସୀମା ଭିତରେ ରୁହନ୍ତୁ। ପରିବାର ବର୍ଗଙ୍କ ସ୍ନେହ ଆଶୀର୍ବାଦ ମିଳିବ। ଘରେ ଖାଇବା-ପିଇବା, ବ୍ୟକ୍ତିଗତ କାମରେ ସମୟ ଦେବେ। କ୍ୟାରିଆରର ବିକାଶ ପାଇଁ କିଛି ପଦକ୍ଷେପ ନେବେ। କିଛି ମହତ୍ଵପୂର୍ଣ୍ଣ  କାମକୁ ନିଜ ଅନୁସାରେ କରିନେବେ। ଶୁଭ ରଙ୍ଗ – ଆକାଶୀ। ପଶୁମାନଙ୍କୁ କିଛି ଖାଇବାକୁ ଦେଲେ ମଙ୍ଗଳ ହେବ।

♐ ଧନୁ – ଆଖପାଖକୁ  ଯାତ୍ରା କରିବେ। ଅର୍ଥ ପ୍ରାପ୍ତି ହେବ। କିଛି ମନ୍ତ୍ର ଶୁଣିପାରନ୍ତି କିମ୍ବା ଗୀତ ମଧ୍ୟ ଶୁଣିବେ। ଅଧୂରା କାମ ସମ୍ପୂର୍ଣ୍ଣ ହେବ। ସତେଜ ଅନୁଭବ କରିବେ। ଆଜି ବହୁତ ଭଲ ଦିନ। କାମ ସହଜରେ ହେଇଯିବ। ଶୁଭ ରଙ୍ଗ – ମେରୁନ୍, ନୀଳ। “ଓମ୍ ନମଃ ଶିବାୟ” ମନ୍ତ୍ର ଶୁଣନ୍ତୁ। 

♑ ମକର – କାହା ସହିତ ସାକ୍ଷାତ କରିବେ, ଯଦି ଶୀଘ୍ର କରନ୍ତୁ। ସ୍ଥିତି ୧୧.୩୦ ପରେ ପରିବର୍ତ୍ତିତ ହେବ। କୌଣସି କାମରେ ଆଜି ଖର୍ଚ୍ଚ ହେବ। ଧାଁ ଧପଡ ରେ ସମୟ ଯିବ। ମନ ଆଜି ବିଚଳିତ ରହିବ। ନିଦ୍ରା ମଧ୍ୟ ଠିକ୍ ହେବ ନାହିଁ। ସତର୍କ ରହିବେ। ଗଙ୍ଗା ଜଳ ଓ କଳା ରାଶି ଅଶ୍ଵଥ ବୃକ୍ଷ ମୂଳେ ଢାଳନ୍ତୁ। ଅଶ୍ଵଥ ବୃକ୍ଷର ମାଟି ମଥାରେ ଲଗାନ୍ତୁ।

♒ କୁମ୍ଭ – ଆଜି ମନରେ ଅନେକ କଥା ଚିନ୍ତା କରିବେ। ଛୋଟ କଥା ବଡ଼ ହେଇଯିବ। ଖୁସିରେ ରହିବେ। ଜଗନ୍ନାଥ ମନ୍ଦିରକୁ ଯିବା ପାଇଁ ଇଚ୍ଛା ହେବ। ଉପହାର ମିଳିବ। କୌଣସି କଥାକୁ ନେଇ ସନ୍ଦେହ ଆସିବ। ମହାଦେବଙ୍କ ପୂଜା କରନ୍ତୁ। ପଇଡ ପାଣି ଅର୍ପଣ କରି ପିଅନ୍ତୁ। ଗଣେଶ ଭଗବାନଙ୍କ ସିନ୍ଦୁର ମାଥାରେ ଲଗାନ୍ତୁ I ଶୁଭ ରଙ୍ଗ – ଲାଲ, ଖଇରିଆ ।

♓ ମୀନ – ଆଜି ବହୁତ ସତର୍କ ରୁହନ୍ତୁ। ଖର୍ଚ୍ଚ ହେବ। ଧାଁ ଧପଡ ରେ ସମୟ ବିତିବ। ସମୟ ଅନ୍ୟଥା କାଟିବ ଓ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେବ। ବାହାରକୁ ଯିବା ପାଇଁ ଇଚ୍ଛା ହେବ। ଆଜି ଆପଣ ନିଜ ବିଛାନ ପାଇଁ କିଛି କିଣିପାରନ୍ତି। ବାଥରୁମରେ ପାଦ ଖସିଯିବାର ଯୋଗ ଅଛି। ଶୁଭ ରଙ୍ଗ – ଆକାଶୀ। ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।

No comments:

Post a Comment

Post Bottom Ad

Pages