ବିଜେପୁର ରାଜନୀତିରେ ନୂଆ ଅଧ୍ୟାୟ I ବିଜେପି ର ଜୟକୃଷ୍ଣ ଡନସେନା ନିର୍ଦ୍ବନ୍ଦ ରେ ଅଧ୍ୟକ୍ଷ ନିର୍ବାଚିତ - Talpadar TV

Breaking

Home Top Ad

Post Top Ad

Wednesday, August 20, 2025

ବିଜେପୁର ରାଜନୀତିରେ ନୂଆ ଅଧ୍ୟାୟ I ବିଜେପି ର ଜୟକୃଷ୍ଣ ଡନସେନା ନିର୍ଦ୍ବନ୍ଦ ରେ ଅଧ୍ୟକ୍ଷ ନିର୍ବାଚିତ

 

ବିଜେପୁର, ୨୦ ଅଗଷ୍ଟ –

ବିଜେପୁର ବ୍ଲକରେ ରାଜନୀତିକ ଉଥାନ–ପତନ ପରେ ଆଜି ନୂତନ ବ୍ଲକ ଅଧ୍ୟକ୍ଷ ପାଇଁ ନିର୍ବାଚନ ପ୍ରକ୍ରିୟା ସମ୍ପନ୍ନ ହୋଇଥିଲା  । ଗତ ୨୦ ମେ ରେ ବ୍ଲକ ଅଧ୍ୟକ୍ଷ ମୋତିରାମ ସାହୁଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ପାସ୍‌ ହେବା ପରେ ଏହି ପଦବୀ ଖାଲି ପଡିଥିଲା  । ୨୦୨୨ ପଂଚାୟତ ନିର୍ବାଚନରେ ବିଜେପୁର ବ୍ଲକର ୨୧ଟି ସମିତି ସଭ୍ୟ ପଦବୀ ବିଜେଡି ଓ ୨ଟି ବିଜେପି ପ୍ରାର୍ଥୀଙ୍କ ପକ୍ଷରେ ଯାଇଥିଲା, ଏଥିରେ କଂଗ୍ରେସ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା । ୧୪ ଜଣ ସମିତି ସଭ୍ୟଙ୍କ ଭୋଟରେ ମୋତିରାମ ସାହୁ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । କିନ୍ତୁ ପରେ, ତାଙ୍କ କାର୍ଯ୍ୟକଳାପ ଓ "ଏକଛତ୍ରବାଦୀ" ଶାସନକୁ ନେଇ ସରପଞ୍ଚ ଓ ସମିତି ସଭ୍ୟମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିଲା । ଶେଷରେ, ବରଗଡ଼ ସାଂସଦ ଓ ବିଜେପୁର ବିଧାୟକଙ୍କ ସମେତ ୩୨ ଜଣ ସରପଞ୍ଚ ଓ ସମିତି ସଭ୍ୟମାନେ ସାହୁଙ୍କ ବିରୋଧରେ ଭୋଟ ଦେଇ ଅନାସ୍ଥା ପ୍ରସ୍ତାବ ପାସ୍ କରିଥିଲେ । ଏହା ପରେ ସେ ବ୍ଲକ ଅଧ୍ୟକ୍ଷ ପଦରୁ ବିଚ୍ୟୁତ ହୋଇଥିଲେ ମୋତିରାମ ସାହୁ। ଗତକାଲି ବରଗଡ ରେ  ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ପରିସରରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା l  ଭାରତୀୟ ଜନତା ପାର୍ଟି ର ନୀତି ଓ ଆଦର୍ଶ ଏବଂ କେନ୍ଦ୍ର ରେ ମାନ୍ୟବର ଯଶଶ୍ଵି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ନୀତି ଓ ଆଦର୍ଶ ଏବଂ ସ୍ଥାନୀୟ ବିଧାୟକ ମାନ୍ୟବର ସନତ କୁମାର ଗଡତିଆ ଙ୍କ କାର୍ଯ୍ୟଶୈଳି ରେ ଅନୁପ୍ରାଣିତ ହୋଇ ବହୁ ସଂଖ୍ୟକ କର୍ମୀ ଏହି ମିଶ୍ରଣ ପର୍ବରେ ଭାରତୀୟ ଜନତା ପାର୍ଟି ରେ ଯୋଗଦାନ କରିଥିଲେ ll ସେଥି ମଧ୍ୟରୁ ବିଜେପୁର ନିର୍ବାଚନ ମଣ୍ଡଳୀ ଅନେକ ସମିତି ସଭ୍ୟ ଓ ସଭ୍ୟା ଭାରତୀୟ ଜନତା ପାର୍ଟି ରେ ଯୋଗଦାନ କରିଥିଲେ llସମସ୍ତଙ୍କୁ ଭାରତୀୟ ଜନତା ପାର୍ଟି ତରଫରୁ ଅଭିନନ୍ଦନ ଜଣାଇବା ସହିତ ହୃଦୟ ର ସହିତ ଭାରତୀୟ ଜନତା ପାର୍ଟି କୁ ସ୍ବାଗତ କରାଯାଇଥିଲା l ଆଜି ପୁଣି ଭାରତୀୟ ଜନତା ପାର୍ଟି ପାଇଁ ଖୁସି ଖବର ଆସିଛି I ବିଜେପି ର ପ୍ରାର୍ଥୀ ଜୟକୃଷ୍ଣ ଡ଼ନସେନା ବ୍ଲକ ଚେୟାରମ୍ୟାନ ଉପ ନିର୍ବାଚନ ରେ ବିଜୟୀ ହୋଇଛନ୍ତି  I ଆଜି (୨୦ ଅଗଷ୍ଟ) ଖାଲି ହୋଇଥିବା ପଦବୀ ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ତରଫରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସକାଳ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ ଓ ଯାଞ୍ଚ, ତାପରେ ଅପରାହ୍ନ ୩ଟାରେ ଫଳାଫଳ ଘୋଷଣାର ବ୍ୟବସ୍ଥା ହୋଇଥିଲା । ବିଜେପି ପକ୍ଷରୁ ଜୟକୃଷ୍ଣ ଡନସେନା ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଏହି ପଦବୀ ପାଇଁ ଅନ୍ୟ କେହି ପ୍ରାର୍ଥୀ ନଥିବାରୁ ସେ ନିର୍ଦ୍ବନ୍ଦ ରେ  ବିଜେପୁର ବ୍ଲକ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ । ଏହି ବିଜୟରେ ବିଜେପୁର ବିଧାୟକ ସନତ କୁମାର ଗଡ଼ତିଆଙ୍କ ନେତୃତ୍ୱ ଓ ରାଜନୀତିକ ଦୂରଦୃଷ୍ଟିକୁ ସର୍ବତ୍ର ପ୍ରଶଂସା କରାଯାଉଛି ।

Report- Sushanta Sahu

Talpadar TV

No comments:

Post a Comment

Post Bottom Ad

Pages