ବରଗଡ଼ ରେ ଫେସବୂକ ଲଭ ରୁ ପ୍ରେମ , ଶାରୀରିକ ସମ୍ପର୍କ ଓ ତା ପରେ ଧୋକା
ବରଗଡ଼: ବର୍ତ୍ତମାନ ସମୟରେ ଡିଜିଟାଲ ଯୁଗରେ ପ୍ରେମ ସମ୍ପର୍କ ଆରମ୍ଭ ହେବା ଏକ ସାଧାରଣ ଘଟଣା ହୋଇଯାଇଛି, ଯାହା ଦ୍ୱାରା ଅନେକ ଲୋକ ପରିଚିତ ହୋଇ ପ୍ରେମରେ ପଡ଼ିଥାନ୍ତି । କିନ୍ତୁ କିଛି ଘଟଣା ଏମିତି ମଧ୍ୟ ହୁଏ, ଯାହା ଦୁଃଖଦ ଓ ଚିନ୍ତାଜନକ ହୋଇପଡେ । ବରଗଡ଼ ଜିଲ୍ଲାରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ବର୍ତ୍ତମାନ ସାମାଜିକ ଗଣ ମାଧ୍ୟମରେ ଆଲୋଚନାର କେନ୍ଦ୍ରବିନ୍ଦୁ ହୋଇଯାଇଛି । ବରଗଡ଼ରୁ ଏକ ଦୁର୍ଭାଗ୍ୟଜନକ ଘଟଣା ସାମ୍ନା କୁ ଆସିଛି, ଜଣେ ଝିଅ ତାଙ୍କ ପ୍ରେମିକଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ ଦାଖଲ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ୨୦୧୮ ମସିହାରୁ ଦୁହେଁ ଫେସବୁକ ମାଧ୍ୟମରେ କଥାବାର୍ତ୍ତା ଆରମ୍ଭ କରିଥିଲେ ll ପରେ ଏହା ପ୍ରେମ ସମ୍ପର୍କ କୁ ରୂପାନ୍ତରିତ ହୋଇଥିଲା ll ପ୍ରେମିକ ଜଣକ ବିବାହର ଆଶ୍ୱାସନା ଦେଇ ତାଙ୍କ ସହ ଶାରୀରିକ ସଂପର୍କ ରଖିଥିବା ଝିଅ ନିଜେ କହୁଛନ୍ତି l 2018 ରୁ ଆରମ୍ଭ ହୋଇଥିବା ଏହି ଫେସବୁକ୍ ପ୍ରେମ ଏବେ ଧୋକା ରେ ପରିଣତ ହୋଇଛି ll ଫଳରେ ଝିଅ ଜଣକ ନ୍ୟାୟ ଓ ସମ୍ମାନ ପାଇଁ ବରଗଡ ଟାଉନ ଥାନା ରେ ପୁଅଙ୍କ ବିରୁଦ୍ଧରେ ଏଫ୍ ଆଇ ଆର ଦେଇଛନ୍ତି । ଏହି ଘଟଣା ବରଗଡ଼ ଅଞ୍ଚଳରେ ଚର୍ଚ୍ଚା ଓ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି ଘଟଣା ଆମକୁ ଏକ ଗଭୀର ସନ୍ଦେଶ ଦେଉଛି – ଡିଜିଟାଲ ଯୁଗରେ ସମ୍ପର୍କ ଗଢିବାରେ ସଚେତନ ଓ ସାବଧାନ ରହିବା ନିତାନ୍ତ ଦରକାର। ନାରୀମାନେ ସେମାନଙ୍କ ସ୍ୱାଭିମାନ ଓ ଶରୀର ପ୍ରତି ଜାଗୃତ ହେବା ଦରକାର ।
No comments:
Post a Comment